csstore

ବିଜେପି ପକ୍ଷରୁ ଥାନା ଘୋରାଉ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବିଜେପି ପକ୍ଷରୁ ଆଜି ବୌଦ୍ଧ ଏବଂ କଣ୍ଟାମାଳ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଜେପି ନେତା ତଥା ପୁର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଲ ଏବଂ ତାଙ୍କ ସହଯୋଗୀ ମଡ଼ର ଘଟଣାରେ ରାଜ୍ୟର ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ କରିବା ସହ ଶ୍ରୀଜେନାଙ୍କ ବହିଷ୍କାର ଓ ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ ଦାବି କରିଛି ବିଜେପି । ବୌଦ୍ଧ ବିଜେପି ଯୁବମୋର୍ଚା ପକ୍ଷରୁ ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ତ୍ବରେ ପୂର୍ବତନ ସଭାପତି ମାଗୁଣି ଗାଈଗୌରୀଆ, ମନରଞ୍ଜନ ଦାଶ ନମିତାରାଣୀ ଦାଶ, ଶ୍ୟାମସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ,ତାପସ ମହାପାତ୍ର, କୌବଲ୍ୟ ପ୍ରଧାନ, ସୁନୀଲ କ୍ଷେତି, ଅରୁପା ଦୀପ, ଶୁଶାନ୍ତ ଧଳ, ଶେଷ ଛନ୍ଦ, ଆନନ୍ଦ ପଧାନ ଓ କଣ୍ଟାମାଳ ଥାନା ଆଗରେ ଯୁବମୋର୍ଚା ରାଜ୍ୟ ସଂପାଦକ ଓମ୍ ପ୍ରକାଶ ମିଶ୍ର, ଯୁବମୋର୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ନାରାୟଣ କର୍ମୀ, ମଣ୍ଡଳ ସଭାପତି ପିନାକଧର ରଣା, ନିରଞ୍ଜନ କର୍ଣ୍ଣ, ଅନିଲ ପ୍ରଧାନ, ଅଟଳ ପ୍ରଧାନ, ଦାମୋଦର ମିଶ୍ର, ଶଙ୍କର ସାହୁ ଶିବ କମ୍ପ ସମେତ ଯୁବମୋର୍ଚାର ଅନେକ କାର୍ୟ୍ୟକର୍ତ୍ତ। ଉପସ୍ଥିତ ରହି ଭିକ୍ଷୋଭ କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଆଗାମୀ ଦିନରେ ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କୁ ବହିଷ୍କାର କରାନଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.