ଆସାମ ସରକାରଙ୍କ ନିଷ୍ପତ୍ତି : ବିଦ୍ୟାଳୟକୁ ଯାଉଥିବା ପ୍ରତ୍ୟେକ ଛାତ୍ରୀ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ପାଇବେ

ଗୌହାଟି : ଝିଅମାନଙ୍କୁ ବିଦ୍ୟାଳୟକୁ ଯାଇ ନିଜ ଗୋଡ଼ରେ ଠିଆ ହେବାକୁ ଉତ୍ସାହିତ କରାଯିବା ଆବଶ୍ୟକ । ତା’ସହ ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କୁ ସମର୍ଥନ କରିବାର ଅଧିକ ଆବଶ୍ୟକତା ଅଛି । ଆସାମ ସରକାର ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉ‌ତ୍ସାହପ୍ରଦ ନିଷ୍ପତ୍ତି ନେଇଛନ୍ତି, ଯାହା ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସନୀୟ ହୋଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସାମର ସ୍କୁଲକୁ ଯାଉଥିବା ପ୍ରତ୍ୟେକ ଛାତ୍ରୀ କ୍ଲାସରେ ଯୋଗଦେବା ପାଇଁ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ପାଇବେ । ମିଳିଥିବା ରିପୋର୍ଟ ଅନୁଯାୟୀ ଆସାମ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କହିଛନ୍ତି ଯେ, ବାଳିକା ଶିଶୁ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ।

ଶିକ୍ଷା ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ଦିନକୁ ୧୦୦ ଟଙ୍କା ଯୋଜନା ଆରମ୍ଭ ହେବ । କେବଳ ଏତିକି ନୁହେଁ, ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବାଳିକାମାନଙ୍କୁ ପ୍ରଜ୍‌ଜ୍ଞାନ ଭାରତୀ ଯୋଜନା ଅଧୀନରେ ୨୨,୦୦୦ ଦୁଇ ଚକିଆ ଯାନ ବଣ୍ଟନ କରାଯାଉଛି ।

ଏହି ଯୋଜନାରେ ୧୪୪.୩୦ କୋଟି ଖର୍ଚ୍ଚ ହେବ । ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ବା ଶରମା କହିଛନ୍ତି ଯେ ରାଜ୍ୟ ବୋର୍ଡରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ସରକାର ସ୍କୁଟର ଯୋଗାଇ ଦେବେ । ଯଦିଓ ଏହି ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିବ । ୨୦୧୮ ଏବଂ ୨୦୧୯ ରେ ପ୍ରଥମ ଶ୍ରେଣୀରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବାଳିକା ଛାତ୍ରୀଙ୍କୁ ମଧ୍ୟ ସ୍କୁଟର ଯୋଗାଇ ଦିଆଯିବ ।

Leave A Reply

Your email address will not be published.