ଦାଦନ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇଲେ ଅର୍ଥନୀତି ପ୍ରାଧ୍ୟାପକ ଡା. ବିରଞ୍ଚି ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ରେ ପ୍ରକାଶ ପାଇଥିଲା ଏକ ଦାଦନ ଦୁଃଖର କରୁଣ କାହାଣୀ । ପଦ୍ମପୁର ଅଞ୍ଚଳର ଦହିଗାଁ ଗ୍ରାମର ସ୍ତ୍ରୀ ଲକ୍ଷ୍ମୀ ବରିହା ତାଙ୍କ ସ୍ଵାମୀ ଦୁଆରୁ ବରିହାଙ୍କ ଦୟନୀୟ ପରିସ୍ଥିତି । ରୁଗ୍‌ଣ ହୋଇ ମୃତ୍ୟୁ ଶଯ୍ୟାରେ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଉକ୍ତ ପ୍ରକାଶିତ ତଥ୍ୟକୁ ଭିତ୍‌ତ୍ତିକରି ଅଞ୍ଚଳ ମହାବିଦ୍ୟାଳୟର ପ୍ରାଧାପକ ଡ. ବିରଞ୍ଚି ସାହୁ ବ‌ହିଗାଁ ଗ୍ରାମକୁ ଯାଇ ତାଙ୍କର ଦୟନୀୟ ପରିସ୍ଥିତି ଦେଖିଥିଲେ । ଦାଦନ ଖଟିବାକୁ ଯାଇ ସ୍ୱାସ୍ଥ୍ୟ ଖରାପ ହେବାରୁ ନିଜ ଗ୍ରାମ ଦହିଗାଁକୁ ଫେରି ଆସିଥିଲେ । ତାଙ୍କର କେବଳ ସ୍ତ୍ରୀ ଅଛନ୍ତି ଆଉ କେହି ନାହାନ୍ତି । ଯାହା ଅର୍ଥ ଥିଲା ପଦ୍ମପୁର ଡାକ୍ତରଖାନାରେ ଖର୍ଚ୍ଚ କଲେ । ବର୍ତ୍ତମାନ ଔଷଧ କିଣିବା ପାଇଁ ପଇସା ନାହିଁ । ତାଙ୍କର ମୁଣ୍ଡରେ ଅପରେସନ କରାଯାଇଛି । ଖାଇବା ପାଇଁ ଅର୍ଥ ନାହିଁ । ପ୍ରାଧ୍ୟାପକ ଔଷଧ କିଣିବା ପାଇଁ ଦୁଇ ହଜାର ସହାୟତା ରାଶି ତାଙ୍କୁ ପ୍ରଦାନ କରିଥିଲେ ଏବଂ ଏହା ପ୍ରଶାସନକୁ ଜଣାଇବେ ବୋଲି କହିଥିଲେ । ଆଉ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କଲେ ତାଙ୍କର ଜୀବନ ବଞ୍ଚିଯିବ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.