ଦରମା ନପାଇବାରୁ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଂଚଳର ସଫେଇ କର୍ମଚାରୀ ମାନେ ଦରମା ନପାଇବାରୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସମୁଦାୟ ୭୩ ଜଣ କର୍ମଚାରୀ ମାନଙ୍କ ମଧ୍ୟରୁ ବାର ଜଣ କର୍ମଚାରୀ ୨ ମାସ ହେଲାଣି ଦରମା ଏପର୍ଯ୍ୟନ୍ତ ନପାଇବାରୁ କାମବନ୍ଦ କରି ଆନ୍ଦୋଳନ କରିଛନ୍ତି । ସେହି କର୍ମଚାରୀ ହେଲେ ଟୁଲୁ ସୁନା, ନେତ୍ରା ଡୁଙ୍ଗୁରି, ରମେଶ ବାଗ, ଦୀପକ କଲେତ, ଜୟ ସେନ୍ଦ୍ରିୟା, ଚନ୍ଦନ ବାଗ, ସନ୍ତୋଷ ଭୋଇ, ବିଜିଲି ସୁନା, ଅଜୟ ସେନ୍ଦ୍ରିୟା, ବେଣୁଧର ସେନ୍ଦ୍ରିୟା ଓ ଅରୁଣ ସେନ୍ଦ୍ରିୟା ପ୍ରଭୃତି । ଦରମା ନଦେଲେ ଆନ୍ଦୋଳନରୁ ଓହୋରିବୁ ବୋଲି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.