ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ୱାର । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ୱାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଗତକାଲି ରାତିରେ ହିଁ ମନ୍ତ୍ରିପରିଷଦ ଆସି ପୁରୀରେ ପହଞ୍ଚିଥିଲେ । ମଙ୍ଗଳ ଆଳତୀ ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ୱାରକୁ ଖୋଲି ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!