ରାଧାରାଣୀପଡ଼ା ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଜନ ସମୁଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଧାରାଣୀପଡ଼ା ଶୀତଳଷଷ୍ଠୀ ସାଂସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗିର ସହରରେ ଜନ ସମୁଦ୍ର ଭଳି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନୀତିକାନ୍ତି ଅନୁସାରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସଂପନ୍ନ ପରେ ନିଜ ମନ୍ଦିରକୁ ଫେରୁଛନ୍ତି ଦେବ ଦମ୍ପତ୍ତି । ରାଧାରାଣୀପଡ଼ା ଶୀତଳ ଷଷ୍ଠୀ ପୂଜା କମିଟିର ଶୋଭାଯାତ୍ରା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଦର୍ଶକମାନେ ମତ ଦେଉଛନ୍ତି । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ମାନ୍ଦଲ ନୃତ୍ୟ, ବାଇନାଚ, ଡିଜେ, ସଂକୀର୍ତ୍ତନ୍ୟ, ରୁକୁ ସୁନା ଅର୍କେଷ୍ଟ୍ରା, ଘଂଟପାର୍ଟି ଆଦି ସାଂସ୍କୃତିକ ଦଳମାନେ ଅଂଶଗ୍ରହଣ କରିଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରରେ ବେଶ୍‌ ଭିଡ଼ ଦେଖିବାକୁ ମିଳିଛି । ହରପାର୍ବତୀଙ୍କ ଯୁଗଳ ଦର୍ଶନରେ କୋଟି ଜନ୍ମର ପାପ କ୍ଷୟ ହୁଏ ଏବଂ ଭବିଷ୍ୟତ ଉଜ୍ୱଳମୟ ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ।

Leave A Reply

Your email address will not be published.