ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଶୀତଳ ଷଷ୍ଠୀ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବହୁ ପୁରାତନ ପ୍ରତିଷ୍ଠିତ ରିକାପଲ୍ଲୀର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଦେବ ଦମ୍ପତ୍ତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଦେବ ଦମ୍ପତ୍ତି ଶିବ ଓ ପାର୍ବତୀଙ୍କ ଶୁଭ ବିବାହ ଏବଂ ଶୀତଳ ଷଷ୍ଠୀ ଅବସରରେ ରିକାପଲ୍ଲୀ ଭଣ୍ଡାରି ସାହି, ରେଡ୍ଡୀ ସାହି, ତାଡେପଲ୍ଲୀ ସାହି ଆଦି ସ୍ଥାନରେ ଠାକୁରଙ୍କୁ ବର୍ଣ୍ଣାଢ଼୍ୟ ପଟୁଆରରେ ନଗର ପରିଭ୍ରମଣ କରାଯାଇଥିଲା । ନଗରବାସୀ ସମସ୍ତେ ଅନ୍ନପ୍ରସାଦରେ ଆପ୍ୟାୟିତ ହୋଇ ଖୁବ ଖୁସି ମଉଜରେ ମଜ୍ଜି ଯାଇଥିଲେ । ବହୁ ନରନାରୀ ମାନେ ଦେବ ଦମ୍ପତ୍ତିଙ୍କ ଶୁଭ ବିବାହରେ ସାମିଲ ହୋଇ ଦେବତାଙ୍କ ଅଶ୍ରିବାଦ ଲାଭ କରି ଖୁସି ବ୍ୟକ୍ତ କରିଥିଲେ । ଦେବ ବିବାହ କାର୍ଯ୍ୟରେ କର୍ତ୍ତା ଭାବେ କନ୍ୟା ପକ୍ଷରେ ସୁରେଶ ଚନ୍ଦ୍ର ଅଗ୍ରୱାଲ ଏବଂ ବର ପକ୍ଷରେ ବିଜୟ ଚନ୍ଦ୍ର ସେନାପତି ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟ ସମ୍ପାଦନା କରିଥିଲେ । ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରାଜେଶ ସାହୁ, ଉପସଭାପତି ରବିନ୍ଦ୍ର ସାହୁ, ପୂଜାରୀ ଅରକ୍ଷିତ ରାଉଳ, କୃଷ୍ଣ ଚନ୍ଦ୍ର ରାଉଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହସ୍ରାଧିକ ଭକ୍ତ ଯୋଗଦେଇ ଅନ୍ନ-ପ୍ରସାଦ ସାରି ଖୁବ ଆନନ୍ଦିତ ହୋଇଥିଲେ ।

Leave A Reply

Your email address will not be published.