ମୁରିବାହାଲ ଶୀତଳ ଷଷ୍ଠୀ ମହୋତ୍ସବ ମହାଆଡମ୍ବରରେ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଚାଲିଥିବା ଚଳିତ ବର୍ଷର ଶୀତଳ ଷଷ୍ଠୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପୁର୍ବରୁ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ଶିବପାର୍ବତୀଙ୍କ ଥାଳ ଉଠାଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ରାମେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କ ପତ୍ରପେଣ୍ଡି, ରବିବାର ମା’ଙ୍କ ପିତୃଗୃହ ଗସ୍ତ, ମଙ୍ଗଳବାର ଅଳଙ୍କାର ଧାରଣ, ବର ଆଗମନ ଓ ବିବାହ ପାଣିଗ୍ରହଣ ତଥା ବୁଧବାର କନ୍ୟା ବିଦାୟ ସହ ମାତାଙ୍କ ମନ୍ଦିର ପ୍ରବେଶ ପର୍ବ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ବର ପିତାମାତା ରୂପେ ମୁରିବାହାଲ, ବଜାର ପଡ଼ାର ସୁଦର୍ଶନ ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜ୍ୟୋତି ସାହୁ ଥିବା ବେଳେ କନ୍ୟା ପିତାମାତା ରୂପେ ଯମୁନା ଗ୍ରାମର ଛନ୍ଦାଚରଣ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଅନିତା ପାତ୍ର ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ କାର୍ୟ୍ୟକ୍ରମରେ ବର ପିତାମାତା, ଉଭୟ ମୁରିବାହାଲ ଓ ଯମୁନା ଗ୍ରାମର ମହିଳା ସଙ୍କୀର୍ତ୍ତନ୍ୟ ଦଳ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟମାନେ ସାମିଲ ହୋଇଥିବା ବେଳେ ମନ୍ଦିରର ପୂଜକ କାଶୀନାଥ ଦାସ, ଟିକୁ ଥନାପତିଙ୍କ ଦ୍ୱାରା ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଆୟୋଜକ ରାଧାକୃଷ୍ଣ ଓ ଶିବ ମନ୍ଦିର ପରିଚାଳନା କମିଟି ସଭାପତି ରାଜୀବ କୁମାର ମହାନ୍ତି, ଉପସଭାପତି ଭୀଷ୍ମରାଜ ମେହେର, ସମ୍ପାଦକ ସୁଧୀର କୁମାର ପାଣି, କୋଷାଧ୍ୟକ୍ଷ କୃତ୍ତିବାସ ଦାସ, ଉପଦେଷ୍ଟା ତରୁଣ ପୋଡ଼, ଚିନ୍ତାମଣି ମହାରଣା, ପ୍ରବୀର କମ୍ପ, ସଦସ୍ୟ କୁନ୍ତ ପୋଡ଼, ହୃଦାନନ୍ଦ ସାହୁ, ବିଦ୍ୟାଧର ଭୋଇ, ସୁଦର୍ଶନ ଖର୍ସେଲ, ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସୁଧାଂଶୁ ପୋଢ଼ ଯାଦବ, ଦିବ୍ୟସୁନ୍ଦର ସାହୁ, ଭିକି ମହାରଣାଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ମୁରିବାହାଲ ଓ ଯମୁନା ଗ୍ରାମବାସୀ, ଶ୍ରଦ୍ଧାଳୁ ମହିଳା ଭକ୍ତମାନେ ଉପସ୍ଥିତ ଥିଲେ । ରାତ୍ରୀରେ ଚଉଷଠି ଯୋଗିନୀ ଭଜନ କଳା ପରିଷଦ ପକ୍ଷରୁ ଜାତୀୟ ପୁରସ୍କାରପ୍ରାପ୍ତ କଳାକାର ସୁଦର୍ଶନ ଦୀପ, ନବୀନ କୁଅଁର ଓ ଅନୁ ମହାନନ୍ଦଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅର୍କେଷ୍ଟ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ଶୀତଳ ଷଷ୍ଠୀ ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ମହାଆଡମ୍ବର ସହକାରେ ଶେଷ ହୋଇଥିବା ଆୟୋଜକ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ସେହିପରି ନିକଟସ୍ଥ ବନବାହାଲ ଗ୍ରାମରେ ଅନୁଷ୍ଠିତ ୨୧ତମ ଶୀତଳ ଷଷ୍ଠୀ ଉତ୍ସବରେ ମହାଦେବଙ୍କ ପିତାମାତା ରୂପେ ବନବାହାଲ ଗ୍ରାମର ବିନୋଦ ମାଝୀ ଓ ଦେବକୀ ମାଝୀ ତଥା ମାତା ପାର୍ବତୀଙ୍କ ପିତାମାତା ରୂପେ ଡଙ୍ଗରପଡ଼ା ଗ୍ରାମର ଆଇନଜୀବୀ ପ୍ରଶାନ୍ତ କମ୍ପ ଓ ରୀମା ମହାକୁର ଥିବାବେଳେ ପୂଜକ ଭାବେ ସଦାଶିବ ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ଆୟୋଜକ କମିଟିର ଭରତ ଦାସ, ମକୁନ୍ଦ ମାଝୀ, ଶିବ ଧରୁଆ, ହରିବନ୍ଧୁ ବାଗ, ଆରତୀ କୁଅଁର, ସୁଧୀର ବେହେରା, ଗୋପବନ୍ଧୁ ଭୋଇ, ସୁଶାନ୍ତ ମାଝୀ ଓ ରାଜୀବ କୁଅଁରଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.