ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିର ବିଶ୍ଵ ସମୁଦାୟକୁ ସର୍ବଶ୍ରେଷ୍ଠ ଅବଦାନ ହେଉଛି ଯୋଗ । ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆତ୍ମିକ ଉନ୍ନତି ପାଇଁ ଯୋଗ ଏକାନ୍ତ ଆବଶ୍ୟକ । ଯୋଗ ଋଷି ସ୍ୱାମୀ ରାମଦେବ ଜି ମହାରାଜାଙ୍କ ଅଦମ୍ୟ ଉଦ୍ୟମ ତଥା ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମ୍ଲାନ ପ୍ରଚେଷ୍ଟା ବଳରେ ଜୁନ୍‌ ୨୧କୁ ଆନ୍ତର୍ଜାତୀୟ ବିଶ୍ଵ ଯୋଗ ଦିବସ ଭାବରେ ପାଳନ କରାଯାଉଛି । ଏଇ ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପତଞ୍ଜଳୀ ପରିବାର ପକ୍ଷରୁ ଏକ ଭବ୍ୟ ଓ ଦିବ୍ୟ ଯୋଗ ଦିବସ ପାଳନ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଯୋଗ ଦିବସ କାର୍ଯ୍ୟକାରୀ ସଭାପତି ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶାନ୍ତିପଡା ସ୍ଥିତ ଯୋଗ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପତଞ୍ଜଳୀ ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର ମୁଖ୍ୟ ଅତିଥି, ଜିଲ୍ଲା ଭାରତ ସ୍ଵାଭିମାନ ପ୍ରଭାରୀ ରଘୁନାଥ ଷଡ଼ଙ୍ଗୀ, ଜିଲ୍ଲା ଯୋଗ ସମିତି ପ୍ରଭାରୀ ଅଶୋକ ଅଗ୍ରୱାଲ, ଜିଲ୍ଲା ଯୁବ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ ପ୍ରଭୃତି ସମ୍ମାନୀତଅତିଥି ଭାବରେ ଯୋଗ ଦେଇ ଆସନ୍ତା ଜୁନ ୨୧ ତାରିଖରେ କିପରି ବିଶାଳ ଯୋଗ ଦିବସ କାର୍ଯ୍ୟକ୍ରମ କରାଯିବ ସେ ଉପରେ ମାର୍ଗଦର୍ଶନ କରିଥିଲେ । ଏଇ ଅବସରରେ ଯୋଗ ପ୍ରୋଟୋକଲର ଅଭ୍ୟାସ କରାଯାଇଥିଲା । ସରକାରୀ ଆଇଟିଆଇ କଲେଜ୍ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ଯୋଗ ଦିବସ ପାଳନ କରିବା ନେଇ ସ୍ଥିର କରାଗଲା । ଆସନ୍ତା ୨୧ ଜୁନରେ ବଲାଙ୍ଗିର ଜିଲ୍ଲାର ଆବଳ ବୃଦ୍ଧ ବନିତା ତଥା ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ କାର୍ଯ୍ୟକାରୀ କମିଟି ତରଫରୁ ଆହ୍ୱାନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ କୁମା ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.