ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଡ୍ରାଇଭର ମୃତ, ହେଲ୍ପର ଆହତ

ବାଲେଶ୍ଵର : ଜାତୀୟ ରାଜପଥ-୧୬ରେ ଅମୃତଭଣ୍ଡା ବୋଝେଇ ଥି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଖବର ମିଳିଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟରେ ଆନ୍ଧ୍ରପ୍ରଦେଶରୁ ପାଟନା ଅଭିମୁଖେ ଯାଉଥିବା ବେଳେ ମାର୍କୋଣାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହାଫଳରେ ଟ୍ରକ୍‌ରେ ଥିବା ଡ୍ରାଇଭର ଶ୍ରୀନିବାସ ରାଓ ଟ୍ରକ୍‌ ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.