ଅମରେନ୍ଦ୍ରଙ୍କ ସ୍ମୃତି ସାଉଁଟିଲା ଶ୍ରଦ୍ଧାଞ୍ଜଳି ମଞ୍ଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହତ ଜନଙ୍କ ବାସ୍ତବ ମୃତ୍ୟୁ ନାହିଁ, ମୃତ୍ୟୁ ପରେ ବି ତାଙ୍କର ଯାଦୁକରୀ ପରଶ ଓ ସୁକାର୍ଯ୍ୟବଳୀକୁ ସମାଜ ଚିରକାଳ ଝୁରୁଥାଏ ବୋଲି ବେରବୋଇ ମେଳଣ ପଡ଼ିଆ ପରିସରରେ ଚଳିତ ନିର୍ବାଚନ ସମୟରେ ସେକ୍ଟର ଅଫିସର ଭାବେ କାର୍ଯ୍ୟକରି ମୃତ୍ୟୁ ବରଣ କରିଥିବା ସିଆର୍‌ସିସି ତଥା ଦକ୍ଷ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଚାରଣ ସଭାରେ ଶିକ୍ଷାବିତ୍ ଓ ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସତ୍ୟବାଦୀ ଅଞ୍ଚଳର ସୁସାହିତ୍ୟିକ ସତ୍ୟବାଦୀ ଦାଶ, ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ବର୍ତ୍ତମାନର ଏବିଇଓ ଲକ୍ଷ୍ମଣ ପ୍ରଧାନ, ପିପିଲି ଜାଗୃତି ସଙ୍ଗଠନର ସଭାପତି ପ୍ରଭାତ ମହାପାତ୍ର, ପିପିଲିର ବରିଷ୍ଠ ଶିକ୍ଷକ ହରିଶ ପତି, ପିପିଲିର ସିଆର୍‌ସିସି ଭଗବାନ ସାହୁ, ସମ୍ପୂର୍ଣ୍ଣ ସ୍ୱାଇଁ, ବେରବୋଇ ଗାନ୍ଧୀ କମିଟି ସଭାପତି କୁନ୍ତଳା ବିଶ୍ଵାଳ, କସ୍ତୁରବା କେନ୍ଦ୍ର ସଞ୍ଚାଳିକା କବିତା ରାଣୀ ପରିଡ଼ା ଶିକ୍ଷାବିତ୍ ଗୋଲକ ବରାଳ, ସନ୍ତୋଷ ମିଶ୍ର, ଜଟାଧାରୀ ପରିଡ଼ା, ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ସମ୍ପାଦକ ପ୍ରଶାନ୍ତ ଦାସ, ଶିକ୍ଷକ ନେତା ପବିତ୍ର ମୋହନ ଜେନା, ସୂର୍ଯ୍ୟ ନାରାୟଣ ସେଠୀ, ସିଆର୍‌ସିସି ଅଭିମନ୍ୟୁ ପ୍ରଧାନ, ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ର, ଫକିର ଦାସ, ଦିଲ୍ଲୀପ ନାୟକ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ର, କୃଷକ ନେତା ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାଇନ ସାର୍‌ଙ୍କ ଶିକ୍ଷାଦାନ ତରିକା, ସାମୂହିକ ଶୈକ୍ଷିକ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ସହଯୋଗ, ସାଙ୍ଗଠନିକ ଦାୟିତ୍ଵ ନିର୍ବାହ, ସୁନ୍ଦର ଚିତ୍ର ଆଙ୍କିବା ଶୈଳୀ ଓ ଅମାୟିକ ବ୍ୟବହାର ପାଇଁ ସେ ସବୁଦିନ ଶିକ୍ଷକ ଓ ଛାତ୍ର ସମାଜରେ ସ୍ମରଣୀୟ ହୋଇ ରହିବେ ବୋଲି ବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ଦିଲ୍ଲୀପ ପ୍ରଧାନ, ସିଆର୍‌ସିସି ପବିତ୍ର ପଣ୍ଡା, କ୍ଷେତ୍ରବାସୀ ଆଲୁକ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ଶିଶୁ ମନ୍ଦିର ଆଚାର୍ଯ୍ୟ ସର୍ବେଶ୍ଵର ବାରିକ, ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀ ନବକିଶୋର ମିଶ୍ର, ସତ୍ୟଜିତ୍ ମହାପାତ୍ରଙ୍କ କୋହଭରା କଣ୍ଠରେ ସ୍ଵର୍ଗତ ପ୍ରଧାନଙ୍କ ସହ ବିତାଇଥିବା ସାଉଁଟା ସ୍ମୃତି ବର୍ଣ୍ଣନା ସଭାକୁ ଶୋକମୟ କରିଥିଲା । ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବିମାନେ ଏଥିରେ ଯୋଗଦେଇ ସ୍ଵର୍ଗତ ପ୍ରଧାନ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି କହି ସ୍ଵର୍ଗତ ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭା ଆରମ୍ଭରେ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ଵର୍ଗତ ପ୍ରଧାନଙ୍କ ପତ୍ନୀ ଟୁକୁନି ମହାପାତ୍ର, ପୁତ୍ର ଆଦର୍ଶ ଭରଦ୍ୱାଜଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭେଟି ସାନ୍ତନା ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶିକ୍ଷକ ଅଭୟ ଚରଣ ସାହୁ ସଭା ମଞ୍ଚ ପରିଚାଳନା କରିଥିଲେ । ସଭାର ଆୟୋଜନ ଓ ପରିଚାଳନାରେ ସବୁ ସିଆର୍‌ସିସିଙ୍କ ସହ ମୁଖ୍ୟତଃ ସମାଜସେବୀ ରାଜେଶ ବିଶ୍ୱାଳ, ଟିକିନା ବିଶ୍ୱାଳ, ପ୍ରଧାନ ଶିକ୍ଷକ ଅଭୟ ରଥ, ପ୍ରଦୀପ ସେଠୀ, ଶିଶୁ ମନ୍ଦିର ମୁଖ୍ୟ କିଶୋର ପ୍ରଧାନ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରବଚକ ସୁଧୀର ଜେନା, କୈଳାସ ସ୍ଵାଇଁ ଓ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନେ ଭଗବତ୍ ଗୀତା ପାଠ କରିଥିଲେ । ପରିବାରବର୍ଗଙ୍କୁ ସରକାରୀ ସାହାଯ୍ୟ ପାଇଁ ସମସ୍ତେ ସଭାରେ ଦାବି କରିଥିଲେ । ଏଥିରେ ପ୍ରାକ୍ତନ ଶିକ୍ଷକ ସଂଘ ସଭାପତି ମିଟୁ କିଶୋର ପ୍ରଧାନ, ବରିଷ୍ଠ ଶିକ୍ଷକ ରମେଶ ପ୍ରଧାନ, ଶିକ୍ଷକ, ଶିକ୍ଷୟିତ୍ରୀ ମମତା ପ୍ରଧାନ, ମଞ୍ଜୁଲତା ଦେଇ, ମୀନା ଦେଇ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମହାପାତ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷକ ଧୃବଚରଣ ବରାଳ, ରମେଶ ଦାଶ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ, ଅର୍ଜୁନ ବେହେରା, ଗଙ୍ଗା ମଲ୍ଲିକ, ସୁରେନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ଲକ୍ଷ୍ମୀଧର ବସ୍ତିଆ, ବିଜୟ ବିଶ୍ୱାଳ, ଶରତ ପ୍ରଧାନ, ହରି ପାତ୍ର, କୈଳାସ ପ୍ରଧାନ, ପ୍ରସନ୍ନ ପାତ୍ର, ସଦାଶିବ ମଲ୍ଲିକ, ସିଆର୍‌ସିସି କୃତିବାସ ପରିଡ଼ା, ଲୋକନାଥ ପ୍ରଧାନ, ତପନ ମଲ୍ଲିକ, କୈଳାସ ସ୍ଵାଇଁ, ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀ ଅନିଲ ପ୍ରଧାନ ପ୍ରମୁଖ ଓ ଅନ୍ୟମାନେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶେଷରେ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ପ୍ରଧାନଙ୍କ ଭାଉଜ ଶିକ୍ଷୟିତ୍ରୀ କଳ୍ପନା ବିଶ୍ୱାଳ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.