csstore

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରାଜ୍ୟସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷା ବିକାଶ ସମିତି, ଓଡିଶା ଆନୁକୂଲ୍ୟରେ ଭୁବନେଶ୍ଵର ଠାରେ ଆୟୋଜିତ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସମସ୍ତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର କୃତି ବିଦ୍ୟାର୍ଥୀଗଣ ଯୋଗଦେଇ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ପ୍ରକାଶ ଥାଉକି, ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍-୮ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନ କରୁଥିବା ସମସ୍ତ ୬୦ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରିଥିବା ହେତୁ ଏହି ବିଦ୍ୟାଳୟକୁ ଉକ୍ତ ସଂଗଠନ ତରଫରୁ ରାଜ୍ୟସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଓ ସଂପାଦକ ପଦ୍ମଚରଣ ସାହୁ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଛତ୍ରପୁରର ଏହି ବିଦ୍ୟାଳୟ ସମ୍ମାନିତ ହୋଇଥିବାରୁ ପରିଚଳନା କମିଟି, ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟ, ଆଚାର୍ଯ୍ୟ ଓ ସମସ୍ତ ଶିଶୁମାନେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

jayashree
Leave A Reply

Your email address will not be published.