ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାକୁ ଆଜି ୫ ଦିନ ପୂରି ଥିବାବେଳେ ଆଉ ୩ଜଣ ଆଖି ବୁଜିଛନ୍ତି । ଦୁଇଦିନ ମଧ୍ୟରେ ଖଣ୍ଡିଆବନ୍ଧ ତେଲିସାହିର ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଏକ ପରିବାରର ଦ୍ୱିତୀୟ ସଦସ୍ୟ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ସହିତ ସମୁଦାୟ ସଂଖ୍ୟା ୧୩ ଛୁଇଁଛି । ହସ୍ତଗତ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ରହିଛନ୍ତି ଖଣ୍ଡିଆବନ୍ଧ ବାରବାଟୀର ପି. ରାଜୁ ରାଓଙ୍କ ପୁଅ କେ. ଅଜୁ ରାଓ (୧୨) । ହାଇଟେକ୍‌ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ୫ଦିନ ମୃତ୍ୟୁ ସହ ସଂଗ୍ରାମ କରିବାପରେ ଆଜି ମଧ୍ୟାହ୍ନ ୧୨ଟା ୧୦ରେ ସେ ଆଖି ବୁଜିଛନ୍ତି । ସେହିପରି, ତଳ ନୂଆସାହିର ପ୍ରଫୁଲ୍ଲ ବେହେରାଙ୍କ ପୁଅ ରାହୁଲ ବେହେରା (୧୪)ଙ୍କର ମଧ୍ୟ ଆଜି ମଧ୍ୟାହ୍ନ ୨ଟାରେ ମୃତ୍ୟୁ ଘଟିଛି । ଏସ୍‌ସିବିରେ ପ୍ଲାଷ୍ଟିକ ସର୍ଜରୀ ଆଇସିୟୁରେ ୫ଦିନ ଧରି ଚିକିତ୍ସିତ ହେବାପରେ ଆଜି ରାହୁଲ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.