oom

ଫାର୍ମାସିଷ୍ଟ ସନ୍ତୋଷ ମିଶ୍ରଙ୍କ ଅବସର ଗ୍ରହଣ

jsmm

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ସନ୍ତୋଷ ମିଶ୍ର ଅବସର ଗ୍ରହଣ କରିଛନ୍ତି । ସେ ୧୯୮୬ରେ ଜୟପାଟଣା ଠାରୁ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ତାଙ୍କ ରୋଗୀ ସେବା, ବ୍ୟବହାର, ଲୋକ ସମ୍ପର୍କ ପାଇଁ ବେଶ ପରିଚିତ ଥିଲେ । ତାଙ୍କ ଉଦ୍ୟମରେ ମଦନପୁର ଡାକ୍ତରଖାନା ତିନି ଥର କାୟକଳ୍ପ ପୁରୁସ୍କାର ପାଇଛି । ଏ ପରିପେକ୍ଷୀରେ ଅବସରକାଳୀନ ସଭାରେ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍‌. ଓ. ଆଇ. ସି. ଅମିତ ପଧାନ, ଡାକ୍ତର ଲୋକନାଥ ସାହୁ, ଆୟୁର୍ବେଦିକ ଡାକ୍ତର ଇତିଶ୍ରୀ ଦାସ, ଏ. ଏନ୍‌. ଏମ୍‌. ରାଞ୍ଜୁଲତା ମିଶ୍ର, ଜୋସ୍ନାମୟୀ ମହାନନ୍ଦ, ଅମୀର ନାଗ, ଚନ୍ଦ୍ର କାନ୍ତ ମିଶ୍ର, ମିଳୁ ସୁନା, ଲୁକେଶ ସାହୁ, ନମିତା ପଧାନ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କ କାମ କରିବାର ଶୈଳୀ, ବ୍ୟବହାର ଉପରେ ପ୍ରଶଂସା କରିବା ସହ ଉପଢୌକନ ଉପହାର ଦେଇଥିଲେ ।

jittmm
Leave A Reply

Your email address will not be published.