oom

ସିନାପାଲି ଠାରେ ଭଳି ବଲ ମ୍ୟାଚ : ପଦ୍ମପୁର ବିଜୟୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର-ନୂଆପଡା ଜିଲ୍ଲା ସିନାପାଲି ଠାରେ ଏକ ଦିନିକିଆ ଭଳି ବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଏହି ମ୍ୟାଚରେ ଆଠଟି ଦଳ ସାମିଲ ହୋଇଥିଲେ । ବରଗଡ଼ ଜିଲ୍ଲାର ପଦ୍ମପୁର, ନୂଆପଡ଼ାର ସିନାପାଲି, ରାୟଗଡ଼ାର ମାଳିଗାଁ, କଲାହାଣ୍ଡିର କେସିଙ୍ଗା, ଭବାନୀପାଟଣା, ଛତିଶଗଡ଼ ପୋଲିସ (ଗରିଆବନ୍ଧ), ନୂଆପଡ଼ାର ଦର୍ଲିମୁଣ୍ଡା, ମହୁଲପଡା ଖେଳୁଥିଲେ । ଏଥିରେ ପଦ୍ମପୁର ଓ ରାୟଗଡ଼ା ଫାଇନାଲ ଯାଇଥିଲା ଓ ପଦ୍ମପୁର ୨/୧ ସେଟରେ ଚାମ୍ପିଅନ ବିଜୟୀ ହୋଇଥିଲା । ପଦ୍ମପୁର ଦଳର କ୍ୟାପଟେନ ଭାରତ ବାରିକ ଥିଲେ । ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ବିଧାୟକ ଅଭିରାଜ ପାଣିଗ୍ରାହୀ, ରେଞ୍ଜର ଦେବଦତ୍ତ ସୁତାର, ଭାଇସ ଚେୟାରମେନ କିଶୋର ସୋହିଦ, ଥାନାଧିକାରୀ ଜ୍ୟୋତି ରଞ୍ଜନ ଗୋଉଡ, ଫାୟାର ଷ୍ଟେସନ ଅଫିସର ମାନସ ରଞ୍ଜନ ପ୍ରଧାନ, ଫାୟାର ମେନ ଦିନେଶ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଶେଷରେ ଥାନାଧିକାରୀ ମାନସ ରଞ୍ଜନ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.