pr

ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଖଇରା ସ୍ଥିତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ସହକାରୀ ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ସୀତାକାନ୍ତ ଭୋଇ, ମୋ ସ୍କୁଲ ଅଭିଯାନର ସଭାପତି ରାମପ୍ରସାଦ ରଣା, ସୀମାଞ୍ଚଳ ଭୋଇ, ଆଦିବାସୀ ନେତା ଚକ୍ରଧର ଜାନୀ, ବରିଷ୍ଠ କଲାକାର ସୁଧାକର ସାହୁ, ମୟଚନ୍ଦ୍ର ଭୋଇ, ଶିକ୍ଷକ ଗିରିଧାରୀ ତ୍ୟାଗୀ ପ୍ରମୁଖ ବକ୍ତବ୍ୟରେ ବିଦ୍ୟାଳୟ ଏବଂ ପରିଚାଳନା କମିଟି, ଶିକ୍ଷକଙ୍କ ସହ ସୁସଂପର୍କ, ବିଦ୍ୟାଳୟ ପ୍ରତି ରହିଥିବା ସମର୍ପିତ ମନୋଭାବ ସଂପର୍କରେ ପ୍ରକାଶ କରି ଅବସର ପରେ ମଧ୍ୟ ଏହି ବିଦ୍ୟାଳୟ ପ୍ରତି ଆନ୍ତରିକ ସହଯୋଗ କାମନା କରିଥିଲେ । ଡ. ନାରାୟଣ ମିଶ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୧୯୯୧ ମସିହାରୁ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରି ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ୩୪ ବର୍ଷ ଶିକ୍ଷକତା କଲା ପରେ ମେ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ । ବିଦ୍ୟାଳୟ ସହ ରହିଥିବା ଦୀର୍ଘ ବର୍ଷର ଅନୁଭୂତି, ଅନୁଷ୍ଠାନ ପ୍ରତି ରହିଥିବା ନିଜର ଗୁରୁଦାୟିତ୍ୱ ସଂପର୍କରେ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ବିଦ୍ୟାଳୟରୁ ଅବସର ନେବା ପରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ମୁଣ୍ଡିଆ ମାରିଥିଲେ । ଏହି ଅବସରରେ କହ୍ନେଇ ଚରଣ ଭୋଇ, ଜୁଗ ଭୋଇ, ହୃଦାନନ୍ଦ ମାଝୀ, ମଧୁସୂଦନ ବେହେରା, ଖୁରଦାସ ଭୋଇ, ବାୟା ମାଝୀ, ଫକୀର ପୁଟେଲ, କ୍ଷୀରସିନ୍ଧୁ ନାଗ, ରଶ୍ମିରଞ୍ଜନ ସାହୁ, ବୈଚନ୍ଦ୍ର ରଣା, ବିଜୟଦେବ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.