ସ୍ଥଳଭାଗ ଛୁଇଁଲା ରେମାଲ : ଜଣେ ମୃତ, ୧୭ ଆହତ

ନୂଆଦିଲ୍ଲୀ : ସ୍ଥଳଭାଗ ଛୁଇଁଲା ରେମାଲ । ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି । ଫଳରେ ସିଲଚେର-ହାଫଲଙ୍ଗକୁ ଯାତାୟତ ଠପ୍ ହୋଇଛି । ଲଗାଣ ବର୍ଷା ଓ ପବନରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଅଧିକ ଆହତ ହୋଇଥିବା ସୂଚନା ଦେଇଛନ୍ତି ଡିମା-ହସାଓର ଡେପୁଟି କମିଶନର ସିମନ୍ତ ଦାସ । ସେପଟେ ରେମାଲ ଦୋଖିଆଝୁଲି ଠାରେ ପବନ ସାଙ୍ଗକୁ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଦୋଖିଆଝୁଲିରେ ସେଣ୍ଟ ଉରଚଲି ହାଇସ୍କୁଲ ଛାତ୍ରଛୀତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ଉପରେ ଗଛ ପଡ଼ିବାରୁ ଜଣେ ଶିକ୍ଷକଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.