ମିଥିଲା ପେଣ୍ଟିଂକୁ ନେଇ ସାତ ଦିନିଆ ତାଲିମ ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମିଥିଲା ପେଣ୍ଟିଂକୁ ନେଇ ଏକ ସାତ ଦିନିଆ ତାଲିମ ଶିବିର ରାକ୍ସିମୁଣ୍ଡା ଏସ୍‌ଏଚ୍‌ଜି କୋଠାରେ ଆଜି ଉଦଯାପିତ ହୋଇଯାଇଛି । ପରିଣାମା ଡେଭଲପମେଣ୍ଟ ଫାଉଣ୍ଡେସନ, ନୂଆଦିଲ୍ଲୀ ଦ୍ବାରା ଆୟୋଜିତ ଏହି ତାଲିମ ଶିବିରରେ ବିହାର ମଧୁବାନୀରୁ ଆସିଥିବା ଅନୁରାଧା ଝା, ଶିବା କୁମାରୀ, ସୋନୁ କୁମାର ଓ ଜିନି ଦେବୀ ତାଲିମ ପ୍ରଦାନ କରିଥିଲେ । ପିପିର୍ଡା, ରାନିକଟା, ବିଲେଇ ସର୍ଡା ଓ କୁଲଥିପାଲିର ନଅ ଜଣ ଝିଅ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ । ପରିଣାମା ଡେଭଲପମେଣ୍ଟ ଫାଉଣ୍ଡେସନର ନିର୍ଦେଶିକା ଡକ୍ଟର ମାଧବୀ ପଣ୍ଡା ଏହି ଶିବିରର ପରିଚାଳନା କରିଥିବା ବେଳେ ଧନମତ ପାଣିଗ୍ରାହୀ ସହଯୋଗିତା କରିଥିଲେ । କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ବିଶିଷ୍ଟ କୋଶଲୀ ଭାଷା ସାହିତ୍ୟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ । ଝିଲି ପଧାନ, ସସ୍ମିତା ପଧାନ, ସୁରମାରାଣୀ ପଧାନ, ରୀନା ଭୁଏ, ପୂଜା ମହାନନ୍ଦ, ରୀମା ବାଗ, ଅନୀତା ମହାନନ୍ଦ ଏବଂ ଯାଜ୍ଞସେନୀ ବିଶ୍ୱାଳ ଶିବିରରେ ଟ୍ରେନିଂ ନେଇଥିଲେ ।

Leave A Reply

Your email address will not be published.