ବୁଟ୍‌ରେ ମାଡ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍‌ରେ ନାବାଳକକୁ ଥାନାରେ ନିର୍ଯାତନା ଅଭିଯୋଗ

ରାଉରକେଲା, (କେପିଏନ୍‌ଏସ୍‌) : ମୋବାଇଲ ଚୋରୀ ଅଭିଯୋଗରେ ଥାନାରେ ନାବାଳକକୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ । ରାଉରକେଲା ଉଦିତ ନଗର ଥାନା ବିରୋଧରେ ଆସିଛି ଏପରି ଏକ ଅଭିଯୋଗ । ମୋବାଇଲ ଚୋରି କରିବା ଅଭିଯୋଗରେ ରାଉରକେଲା ଟିମ୍ବର କଲୋନିର ଜଣେ ୧୩ ପର୍ଷର ନାବାଳକକୁ ଥାନାରେ ରଖି ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବୁଟ୍‌ରେ ମାଡ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍‌ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନାବାଳକକୁ ସାରା ରାତି ଥାନାରେ ରଖି ଅମାନୁଷିକ ଭାବେ ନିର୍ଯ୍ୟାତନା ଦେବା ପରେ ପୋଲିସ୍‌ ଛାଡି ଦେଇଥିଲା । ଏପରିକି ଥାନାରେ ଯାହା ଘଟିଛି କାହା ସାମ୍ନାରେ ନ କହିବାକୁ ମଧ୍ୟ ଧମକ ଦେଇଥିଲା ପୋଲିସ୍‌ । ବାପା ମାଁ ଛେଉଣ୍ଡ ୧୩ ବର୍ଷର ନାବାଳକ ତା’ ଜେଜେମା ସହ ରହୁଛି ଟିମ୍ବର କଲୋନୀରେ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ନାବାଳକ ମୋବାଇଲ ଚୋରି କରିଥିଲା ପୋଲିସ ନାବାଳକ ଠାରୁ ମୋବାଇଲ ଜବତ କରି କାହିଁକି ମାମଲା ରୁଜୁ କରି ସୁଧାର ଗୃହକୁ ପଠାଇଲା ନାହିଁ । ପୋଲିସର ଏଭଲି ଅମାନୁଷିକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.