ଖଲ୍ଲିକୋଟ ନିର୍ବାଚନୀ ହତ୍ୟା ଘଟଣା : ଦୁଇ ଜଣ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ : ନିର୍ବାଚନୀ ହତ୍ୟା ଘଟଣା । ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ କଲା ଏସ୍‌ଆଇଟି । ପୂର୍ବରୁ ଏହି ଘଟଣାରେ ୯ ଜଣକୁ ଗିରଫ କରାଯାଇଥିବାବେଳେ ଏବେ ସମୁଦାୟ ଗିରଫଙ୍କ ସହ ୧୧ରେ ପହଞ୍ଚିଛି । ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ସୂଚନା ଦେବା ସହ ମାମଲାରେ ଏସଆଇଟି ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହାଇଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ ।

Leave A Reply

Your email address will not be published.