ସୋନପୁର, (କେପିଏନ୍ଏସ୍) : ସୋନପୁର ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ କେମ୍ପୋରି ୨୦୨୩-୨୪କୁ ମହାମହିମ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଜିଲ୍ଲା କେମ୍ପୋରି ଭାବରେ ପୁରସ୍କୃତ କରିଛନ୍ତି । ରାଜଭବନ ସ୍ଥିତ ଅଭିଷେକ ହଲ୍ ଠାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗଦାନ କରି ଉପସ୍ଥିତ ସ୍କାଉଟ୍ ଓ ଗାଇଡ୍ ସଂସ୍ଥାର କର୍ମକର୍ତ୍ତା, ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା କମିଶନର, ସମ୍ପାଦକ ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପ୍ଟେନ୍, ସ୍କାଉଟ୍, ଗାଇଡ୍, କବ୍, ବୁଲବୁଲ, ରୋଭର୍ ଓ ରେଞ୍ଜରଙ୍କୁ ସଂସ୍ଥାର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ କେମ୍ପୋରି ମାନଙ୍କ ମଧ୍ୟରୁ ଶ୍ରେଷ୍ଠ କେମ୍ପୋରି ଭାବରେ ସୋନପୁର ଜିଲ୍ଲା ତରଫରୁ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ ଓ ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ ମହୋଦୟ ମହାମହିମ ରାଜ୍ୟପାଳଙ୍କଠାରୁ ମାନପତ୍ର ଓ ସମ୍ମାନଜନକ ଟ୍ରଫି ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ୨୦୧୩ ମସିହାରୁ ନୂତନ ଭାବରେ ଜିଲ୍ଲା ଗଠନ ହେବା ପରଠୁ ଏହା ପଞ୍ଚମ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଅଟେ । ଏହି ଅବସରରେ ଜିଲ୍ଲାର ମ।ୟ।ବର୍ହା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଧ୍ୟ ଶ୍ରେଷ୍ଠ ଶିକ୍ଷକ ଭାବରେ ରାଜ୍ୟପାଳଙ୍କ ଠାରୁ ସର୍ଭିସ୍ ଷ୍ଟାର୍ ପୁରସ୍କାର ଗ୍ରହଣ କରିଛନ୍ତି । ଏହିବର୍ଷ ଜିଲ୍ଲାରୁ ୧୬୦ ଜଣ ସ୍କାଉଟ୍ ଓ ୭୨ ଜଣ ଗାଇଡ୍ ସହ ୫ ଜଣ କବ୍ ମଧ୍ୟ ରଜ୍ୟ ପୁରସ୍କ।ର ପାଇଁ ଯୋଗ୍ୟ ବିବେଚିତ ହେବା ଜିଲ୍ଲା ପାଇଁ ଗର୍ବର ବିଷୟ । ଜିଲ୍ଲା ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ପଦ୍ମିନୀ ସାହୁ ଓ ସ୍କାଉଟ୍ ମାଷ୍ଟର ମିତେନ୍ଦ୍ର ନାୟକଙ୍କ ନେତୃତ୍ୱରେ ୧୦ ଜଣ ଗାଇଡ୍ ଓ ୫ ଜଣ ସ୍କାଉଟ୍ ମଧ୍ୟ ଯୋଗଦେଇ ରାଜ୍ୟପାଳଙ୍କ ଠାରୁ ସାର୍ଟିଫିକେଟ୍ ପାଇଛନ୍ତି । ଏଇଥି ପାଇଁ ସୋନପୁର ଜିଲ୍ଲାର ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ବୃନ୍ଦ, ବୁଦ୍ଧିଜୀବୀ ତଥା ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି ।
Prev Post