ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର୍

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା – ନିମାପଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଆଇତଳଙ୍ଗ ରାଜସ୍ୱ ନିରିକ୍ଷକଙ୍କ କାର୍ୟ୍ୟାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର୍ । ଦୁର୍ଘଟଣା ଏତେ ଯୋର୍‌ଦାର୍‌ ଥିଲା ଯେ, ବିଦ୍ୟୁତ୍ ଖୁଣ୍ଟଟି ଉପୁଡି ପଡ଼ିବା ସହ ପ୍ରାୟ ୨୦ ଫୁଟ୍‌ ଦୂରରେ ପଡ଼ିଥିଲା । କାର୍‌ ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଛି । ତେବେ କାର୍‌ରେ କେତେ ଜଣ ଥିଲେ ତାର ସୂଚନା ମିଳିପାରିନାହିଁ । ସୂଚନା ମୁତାବିକ, କାର୍‌ ନମ୍ବର (ଓଡି୦୨ଏସି୮୪୩୪) ନିମାପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଭାରସାମ୍ୟ ହରାଇ କାର୍‌ଟି ଆଇତଳଙ୍ଗ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିବା ଅନୁମାନ କରାଯାଉଛି । ଏ ସମ୍ପକରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର୍‌କୁ ଜବତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.