ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହୃତ ହେବ ୧୧୪୩ ବୁଥ୍‌ର ୱେବ୍‌କାଷ୍ଟିଂ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁଯାଉଛି । ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ, ସେଥି ସକାଶେ ସଦାସର୍ବଦା ପ୍ରୟାସ ଚାଲୁ ରହିଛି । ୧୯-ଆସ୍କା ଲୋକସଭା ସହିତ ସମସ୍ତ ୮ ଗୋଟି ବିଧାନସଭାର ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହୋଇଥିବା ବୁଥ୍ ଗୁଡିକରୁ ୧୧୪୩ ଗୋଟି ବୁଥ୍‌ରେ ୱେବ୍‌କାଷ୍ଟ ହେବ । ଏହି ୱେବ୍‌କାଷ୍ଟ ଜରିଆରେ ବୁଥ୍ ମଧ୍ୟରେ ଚାଲୁଥିବା ମତଦାନ ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ଅଧିକାରୀଗଣ ନଜର ରଖିବେ । ପୂର୍ବରୁ ହୋଇଥିବା ନିର୍ବାଚନର ଆଧାରକୁ ନେଇ ମତଦାନ ସଠିକ୍‌ ରଖିବା ଉଦ୍ଦେଶ୍ୟରେ ଏହି ୱେବ୍‌କାଷ୍ଟ କରାଯାଇଛି । ବୁଥ୍ ଗୁଡିକରେ ଭୋଟଦାତାଗଣ ବିନା ଦ୍ୱିଧାରେ ନିଜ ମତଦାନ ସାବ୍ୟସ୍ତ କରିବେ । ୧୨୮ – ଆସ୍କା ନିମନ୍ତେ ୧୨୬ ଗୋଟି ବୁଥ୍, ୧୩୧ – ହିଞ୍ଜିଳି ନିମନ୍ତେ ୧୩୮ ଗୋଟି ବୁଥ୍, ୧୨୬ – ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସକାଶେ ୧୪୫ ଗୋଟି ବୁଥ୍, ୧୩୦ – ସାନ ଖେମୁଣ୍ଡି ନିମନ୍ତେ ୧୨୯ ଗୋଟି ବୁଥ୍, ୧୨୩ – ଭଞ୍ଜନଗର ସକାଶେ ୧୫୪ ଗୋଟି ବୁଥ୍, ୧୨୫ – କବି ସୂର୍ଯ୍ୟନଗର ସକାଶେ ୧୪୭ ଗୋଟି ବୁଥ୍, ୧୨୪ – ପୋଲସରା ସକାଶେ ୧୫୭ ଗୋଟି ବୁଥ୍ ଏବଂ ୧୨୯ – ସୋରଡା ନିମନ୍ତେ ୧୪୭ ଗୋଟି ବୁଥ୍‌ରେ ସିଧାସଳଖ ୱେବ୍‌କାଷ୍ଟ ହେବ ।

Leave A Reply

Your email address will not be published.