ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏପିଜେ ଅବଦୁଲ୍ କଲାମ ଟ୍ରଷ୍ଟ ତରଫରୁ ଖଲ୍ଲିକୋଟ ସହରରେ ଖୋଲାଯାଇଥିବା ଜଳଛତ୍ରରେ ଥଣ୍ଡା ଚଲ୍ହା ଓ ଶେଷଦିନ ଛେନାପଣା ବଣ୍ଟନ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି । ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଖଲ୍ଲିକୋଟ କରଣ ସାହି ଠାରେ ଦୀର୍ଘ ୧୦ ଦିନ ଧରି ବାଟୋଇ ଲୋକମାନଙ୍କୁ ଥଣ୍ଡା ଚଲ୍ହା ବଣ୍ଟନ କରାଯାଉଥିଲା । ଗତ ରବିବାର ଉଦ୍ଯାପନୀ ଦିବସରେ ବାଟୋଇ ଲୋକଙ୍କୁ ଛେନାପଣା ବଣ୍ଟନ କରାଯାଇଥିଲା । ଉଦ୍ଯାପନୀ ଦିବସରେ ଖଲ୍ଲିକୋଟ ଆର୍ଟ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାସ ମୁଖ୍ୟଅତିଥି ରୂପେ ଯୋଗଦେଇ ଟ୍ରଷ୍ଟ ପକ୍ଷରୁ ଆରମ୍ଭ କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଟ୍ରଷ୍ଟର ସକ୍ରିୟ ସଭ୍ୟ ଭୀମସେନ ଦାସ ଉପସ୍ଥିତ ରହି ବାଟୋଇଙ୍କୁ ଛେନା ରସାବଳୀ ବଣ୍ଟନ କରିଥିଲେ । ଟ୍ରଷ୍ଟର ସଭାପତି ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ସହ ସମ୍ପାଦକ ପଞ୍ଚାନନ ସୁର ସୁଚାର ରୂପେ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାସଙ୍କ ଦ୍ଵାରା ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଦେବୀ ପ୍ରସାଦ ସେଠିଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର କୋଷାଧ୍ୟକ୍ଷ ହର ପ୍ରସାଦ ସାମନ୍ତ, ଦ୍ଵାରିକା ନାଥ ମହାରଣା, ଦଣ୍ଡପାଣି ବେହେରା, ବିଦ୍ୟୁତପ୍ରଭା ଦାସ, ଲକ୍ଷ୍ମୀ ଦାସ, ଆଇନଜିବୀ ବାବାଜୀ ସିଂ ଓ ଟ୍ରଷ୍ଟର ବହୁ ସଭ୍ୟ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Prev Post
Next Post