csstore

ଆସନ୍ତା ୧୦ ତାରିଖରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାସମାରୋହରେ ପାଳିତ ହେବ ଆସନ୍ତା ୧୦ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ । ଏ ସଂକ୍ରାନ୍ତିରେ ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହର ସ୍ଥିତ ନୃସିଂହ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ଅବସରରେ ସେଦିନ ପୂର୍ବାହ୍ନରେ ପୂଜାର୍ଚ୍ଚନା ହେବ ଏବଂ ଆର୍‌ଟିଓ ଅଫିସ୍‌ ନିକଟରେ ରହିଥିବା ପର୍ଶୁରାମ ଛକରେ ଧ୍ୱଜା ସ୍ଥାପିତ ହେବ ବୋଲି ସୂଚନା ଦିଆଯାଇଛି । ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ସଂପର୍କରେ ଆଲୋଚନା ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଆୟୋଜିତ ବୈଠକରେ ସଭାପତି ଧନଂଜୟ ମିଶ୍ର, ସଂପାଦକ ଜୟରାମ ମିଶ୍ର, ସହର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, କିଶୋର ପୁରୋହିତ, ସଂକୀର୍ତ୍ତନ ତ୍ରିପାଠୀ, ଦାମୋଦର ଓତା, ଶିବନାରାୟଣ ରଥ, ସୁବାସ ଶତପଥୀ, ଶ୍ୟାମସୁନ୍ଦର ଦାଶ, ସୁଧୀର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୧୦ ତାରିଖ ଦିନ ସଂଧ୍ୟା ୬ଟା ସମୟରେ ନୃସିଂହ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଦୁର୍ଗା ମନ୍ଦିର, ଶିବ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଶ୍ରୀରାମ ମନ୍ଦିର, ସଂକଟମୋଚନ ହନୁମାନ ମନ୍ଦିର ଦର୍ଶନ ପରେ ଭାଗୀରଥି ଛକରୁ ପୁରୁଣା ବସ୍‌ଷ୍ଟାଣ୍ଡ ଦେଇ ପୁଣି ନୃସିଂହ ମନ୍ଦିରରେ ପହଂଚିବ ବୋଲି ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.