ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ମେଧାବୃତ୍ତି ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ବହୁ ପ୍ରତୀକ୍ଷିତ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱଋପ ଆଜି ମେଧାବୃତ୍ତି ପରୀକ୍ଷା ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୋଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପୂର୍ଣ୍ଣ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆଜି ସକାଳ ୧୧ ଘଟିକାରୁ ଆରମ୍ଭ ହୋଇଯାଇଛି ଅଷ୍ଟମ ଶ୍ରେଣୀର ଏନ୍.ଏମ୍.ଏମ୍.ଏସ୍ ଓ ଏନ୍.ଟି.ଏସ୍ ପରୀକ୍ଷା । କୋଭିଡ କଟକଣାକୁ ପାଳନ କରି ସମସ୍ତ ପରୀକ୍ଷାର୍ଥୀ ମୁହଁରେ ମାକ୍ସ ପରିଧାନ କରି ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚି ପରୀକ୍ଷା ହଲରେ ପ୍ରବେଶ କରିଥିଲେ । ଉକ୍ତ ପରୀକ୍ଷା ୧.୩୦ ମିନିଟରେ ସମାପ୍ତ ପରେ ପୁଣି ଅନ୍ୟ ପରୀକ୍ଷା ଟି ୨ ଘଟିକାରୁ ଆରମ୍ଭ ହୋଇ ୩.୩୦ ପର୍ୟ୍ୟନ୍ତ ହୋଇଛି । ନିଜ ନିଜ ଭାଗ୍ୟ ତଥା ପରିଶ୍ରମର ଫଳ ସ୍ୱଋପ ସମୁଦାୟ ୨୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.