jsm

ପ୍ରଥମ ରୟାଲ ଓପନ୍‌ କରାଟେ ଚମ୍ପିୟାନ୍‌ସିପ୍‌ ଉଦ୍‌ଯାପିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥମ ରୟାଲ କରାଟେ ଓପନ୍‌ ଚମ୍ପିୟାନ୍‌ସିପ୍‌ ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୁଖ୍ୟ କୋଚ୍‌ ଧର୍ମେନ୍ଦ୍ର ସିଂଙ୍କ ଦିଗଦର୍ଶନରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଉଦ୍‌ଘାଟକ ଭାବେ ରାଉରକେଲା ଏସ୍‌ପି ବ୍ରିଜେଶ କୁମାର ରାୟ, ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଆଇନଜୀବୀ ସୁଦାମ ଦାଶ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ଜାମସେଦପୁରରୁ ଆସିଥିବା କୋଚ୍‌ ପ୍ରଦୀପ ସିଂ ସାଗୁଆ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ରାଜେଶ ପ୍ରସାଦ ଦାସ, ସମ୍ପାଦକ ଶିବ ପ୍ରସାଦ ନାଥ, ସଭ୍ୟ ଉମାଶଙ୍କର ଦୁବେ, ରକି ଖାଡିଆ, ନାରାୟଣ ପ୍ରଧାନ, ଇପ୍ସିତା ରାଣୀ ସାହୁ, ସୁଶୀଲ ମହାତୋ, ଇନ୍ଦ୍ରମଣି ମିଞ୍ଜ, ସସ୍ମିତା ସ୍ୱାଇଁ, ଅଭିଷେକ ପଟ୍ଟନାୟକ, ମୋନାଲିସା ମିଶ୍ର, ଜନ୍ ତିର୍କୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଓଡିଶା ସିତୋରିଓ କରାଟେ ଇଣ୍ଡିଆ ଅରଗାନାଇଜେସନ୍‌ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ପ୍ରତିଯୋଗୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶାରିରୀକ ଓ ମାନସିକ ସୁସ୍ଥତା ବଢ଼ାଇବାରେ ସାହାଯ୍ୟ କରିବ ବୋଲି ମତ ରଖିଥିଲେ । ଏହି ଚମ୍ପିୟାନ୍‌ସିପ୍‌ରେ ରାଉରକେଲା, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ, ଜାମସେଦପୁର ପ୍ରମୁଖ ସ୍ଥାନରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ଯୋଗ୍ୟତା ଭିତ୍ତିର ଗୋଲ୍ଡ , ସିଲିଭର, ବ୍ରୋଞ୍ଜ ମେଡାଲ୍‌ ସହ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ତିନିଜଣ ପ୍ରତିଯୋଗୀଙ୍କୁ ବ୍ଲାକ୍‌ ବେଲ୍ଟ ପ୍ରଦାନ କରାଯାଇଥିଲା । ଏହି ଦୁଇ ଦିିନିଆ ଚମ୍ପିୟାନ୍‌ସିପ୍‌ ସଫଳତା ସହ ସମ୍ପନ୍ନ ହୋଇଥିବାରୁ ମୁଖ୍ୟ କୋଚ୍‌ ଶ୍ରୀ ସିଂ, ସଭାପତି ଶ୍ରୀ ଦାସ ଓ ସାଧାରଣ ସମ୍ପାଦକ ଶ୍ରୀ ନାଥ ସମସ୍ତଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ ।

yuvodaya
Leave A Reply

Your email address will not be published.