pakka

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରରେ ନବ ଉତ୍କଳ ନିର୍ମାତା ତଥା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱ ଓ ସାଂସ୍କୃତିକ ସମ୍ପାଦିକା ସୁବାସିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବର ବକ୍ତା ଭାବେ ଶିକ୍ଷାବିତ ରାଜ କୁମାର ମହାନ୍ତି ଯୋଗଦେଇ ଆଲୋଚ୍ୟ ବିଷୟ ଶତାବ୍ଦୀ ପୁରୁଷ କୃଷ୍ଣଚନ୍ଦ୍ର ଗଜପତି ଶୀର୍ଷକ ଉପରେ ଆଲୋଚନା କରି କହିଲେ ଯେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଓ ପ୍ରଥମ ଓଡ଼ିଶାର ପ୍ରଧାନମନ୍ତ୍ରୀ ହୋଇ ଓଡ଼ିଶା ହାଇକୋର୍ଟ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ସେ ନିଜର ପ୍ରତିବଦ୍ଧତାକୁ ରକ୍ଷା କରିଥିଲେ । ଦ୍ଵିତୀୟ ବକ୍ତା ଭାବରେ ଛେଣ୍ଡ ଚିନ୍ମୟ ବିଦ୍ୟାଳୟ ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଓଡିଶା ଗଠନ ଓ ମଧୁବାବୁ ଶୀର୍ଷକ ଉପରେ ବକ୍ତବ୍ୟ ରଖି କହିଲେ ଯେ, ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ଦେଶପ୍ରାଣ ଉତ୍କଳ ଗୌରବ ମଧୁସୁଦନ ଦାସ ଅନ୍ୟତମ । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ କବି ବ୍ରହ୍ମାନନ୍ଦ ପାଢ଼ୀ ଓ ସୁପ୍ତି କରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ଉପେନ୍ଦ୍ର କୁମାର ବସ୍ତିଆ, ମଞ୍ଜୁଳା କୁମାରୀ ରଥ, ସୁଭାଷିନୀ ସାହୁ, ବ୍ରହ୍ମାନନ୍ଦ ପାଢ଼ୀ, ସୁପ୍ତି କର ଏବଂ ଶେଷରେ କବି ସୁଶାନ୍ତ ନାୟକଙ୍କ ଅନୁରୋଧରେ ତାଙ୍କ ଲିଖିତ କବିତା ବିକ୍ରମଚନ୍ଦ୍ର ଆଚାର୍ଯ୍ୟ ପାଠ କରିଥିଲେ । ଶେଷରେ ବସନ୍ତ କୁମାର ମହାରଣା ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୀଲ କୁମାର ଦାଶ, କିଶୋରୀ ମୋହନ କର, କବିତା ଦାଶ, ଶରତ ରାଉତ, ବିଭୁଦତ୍ତ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, କୁଳମଣି ଦାସ, ସୁମନ୍ତ ପତି, ମନୋଜ କୁମାର ନନ୍ଦ, ନାରାୟଣ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one + seventeen =

error: Content is protected !!