oom

ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ଥାନୀୟ ଅଭୟମୁଖି ଗ୍ରାମପଞ୍ଚାୟତର ସର୍ବପଲ୍ଲୀ ବିଦ୍ୟାପୀଠ ସନ୍ନିକଟ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ଗୁରପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପଲ୍ଲୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ବରାଳ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କୁ ବନ୍ଦନା କରି ମାଲ୍ୟାର୍ପଣ ପୂର୍ବକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗୁରୁମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ଜେନା, ବିଚିତ୍ରାନନ୍ଦ ଲେଙ୍କା, ଗୋଦାବରୀଶ ଗୁମାନସିଂହ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗଦାଧର ପଣ୍ଡା ଓ ମୂରଲୀଧର ମଙ୍ଗରାଜ ଉପସ୍ଥିତ ଥିଲେ । ଆୟୋଜିତ ସଭାରେ ଗୁରୁମାନେ ଛାତ୍ରଛାତ୍ରୀମାନଙ୍କ ଶୁଭକାମନା କରିବା ସହିତ ଛାତ୍ରଛାତ୍ରୀଙ୍କ ସ୍ମୃତି ଚାରଣ କରି ଭାବ ବିଭୋର ହୋଇ ପଡ଼ିଥିଲେ । ସଭାକାର୍ଯ୍ୟ ପରେ ସମସ୍ତ ଛାତ୍ରଛାତ୍ରୀ ଗୁରୁମାନଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷା ପ୍ରମିଳା ସେନାପତି, ସମିତିସଭ୍ୟ ଭାଗ୍ୟଲକ୍ଷ୍ମୀ ବେହେରା, ଛାତ୍ରନେତା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗନ୍ନାଥ ଜେନା, ରାମଚନ୍ଦ୍ର ସେନାପତି, ସୁଶାନ୍ତ କୁମାର ସାହୁ, ପ୍ରମୋଦିନି ସ୍ୱାଇଁ, ମମତା ରଥ, ପଦ୍ମିନୀ ନାୟକ, ସରୋଜ ପରିଡା, ଦିନେଶ ମାର୍ଥା, ଦୁଷ୍ମତ ପ୍ରଧାନ, ପରୀକ୍ଷିତ ସାହୁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.