pakka

ନିୟମିତ ରକ୍ତଦାନ କରୁଥିବା ରକ୍ତଦାତା ନେପାଳ ସାହୁଙ୍କ ଦେହାନ୍ତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ରକ୍ତଦାନ ଶିବିରରେ ନିୟମିତ ରକ୍ତଦାନ କରୁଥିବା ଆମର ଜଣେ ସକ୍ରିୟ ରକ୍ତଦାତା ପଦ୍ମପୁର ଉପଖଣ୍ଡ ସରେଇକେଲା ଗ୍ରାମର ନେପାଳ ସାହୁ (୨୮) ଆଜି ସକାଳେ ପଦ୍ମପୁର ଜଗଦଲପୁର ରାସ୍ତାରେ ମଟର ସାଇକେଲରେ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ପାଇପ୍‌ ବୋଝେଇ ପିକ୍‌ଅପ୍‌ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଗୁରୁତର ଅବସ୍ଥାରେ ସେ ଆହତ ହୋଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପହଞ୍ଚାଇ ଥିଲୁ, ବହୁତ ଚେଷ୍ଟା କଲା ସତ୍ୱେ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ବର୍ତ୍ତମାନ ତାଙ୍କ ପ୍ରାର୍ଥିବ ଶରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡରେ ରଖାଯାଇଛି । ତାଙ୍କର ନିଜ ଭାଇ ସତ୍ୟପାଳ ସାହୁଙ୍କ ଅନୁମତି କ୍ରମେ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ, ଭୁବନେଶ୍ୱରର କାର୍ଯ୍ୟରତ କର୍ମଚାରୀ ସୁନୀଲ ସା ଚକ୍ଷ୍ୟୁ ଦାନ ପ୍ରକ୍ରିୟା ଶେଷ କରିଛନ୍ତି । ଜୀବିତ ଥିବା ସମୟରେ ନିୟମିତ ରକ୍ତଦାନ କରୁଥିବା ନେପାଳ ଭାଇ ମୃତ୍ୟପରେ ଚକ୍ଷ୍ୟୁଦାନ କରି ସମାଜକୁ ନିଆରା ବାର୍ତା ଦେଇଛନ୍ତି । ଆଜି ତାଙ୍କ ପରିବାରର ମହତ ପଣିଆ ପାଇଁ ଦୁଇଜଣ ଚକ୍ଷୁ ହୀନ ବ୍ୟକ୍ତି ନିଜର ଦୃଷ୍ଟିଶକ୍ତି ଫେରି ପାଇବେ ଓ ଏରଙ୍ଗୀନ ଦୁନିଆକୁ ଦେଖି ପାରିବେ । ନିଜେ ମୃତ୍ୟୁ ବରଣ କରିବା ମଧ୍ୟ ନିଜର ମହତ ପଣିଆ ପାଇଁ ସମାଜରେ ସବୁଦିନ ଜୀବିତ ହୋଇ ରହିବେ । ଆଜି ନେପାଳ ମରି ନାହାନ୍ତି ନେପାଳ ଭାଇ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି । ଭଗବାନ ତାଙ୍କର ପରିବାର ବର୍ଗଙ୍କୁ ଏ ଦୁଃଖଦ ସମୟ ଅତିବାହିତ କରିବା ପାଇଁ ଅସୀମ ଶକ୍ତି ଦେବା ଶହିତ ତାଙ୍କର ପୁଣ୍ୟ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

jay balangir
Leave A Reply

Your email address will not be published.

four × two =

error: Content is protected !!