pakka

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳି

bbehera
  • ସବୁ କଳ୍ପନା ଜଳ୍ପନା ଫେଲ, ପ୍ରାର୍ଥି ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ମୂଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ୱ ନେଇ ନିର୍ବାଚନ ମଣ୍ଡଳୀର ବିକାଶ ଆଲୋଚନାର ମୂଖ୍ୟ ବିଷୟ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ଟିକେଟକୁ ନେଇ ରହିଥିବା ଦ୍ୱନ୍ଧ ବୁଧବାର ଦିନ ଅନ୍ତ ଘଟିଛି । ସମସ୍ତ କଳ୍ପନା ଜଳ୍ପନା ଫେଳ ମାରିଛି । ଖୋଦ୍‌ ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିଜେ ପ୍ରାର୍ଥି ହେବା ଘୋଷଣା କରିଛନ୍ତି । କଣ୍ଟାବାଞ୍ଜି ଟିକେଟକୁ ନେଇ ଉଭୟ ପୂର୍ବତନ ବିଧାୟକ ଆୟୁବ ଖାନ, ଗତ ନିର୍ବାଚନୀରେ ବିଜେଡି ପରାଜିତ ପ୍ରାର୍ଥି ଅଜୟ ଦାଶ ଏବଂ ଜିଲ୍ଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝି ଟିକେଟ ପାଇଁ ଅଶାୟୀ ଥିଲେ । ଏପରିକି ଦଳ ପାଇଁ ସଂଗଠନ କରିବା ସହିତ ସମସ୍ତ ଯୋଜନାକୁ ଗ୍ରାମାଭିମୁଖି କରିବା ନେଇ ସଭାସମିତିରେ ପ୍ରଚାର ପ୍ରସାର କରୁଥିଲେ । ହେଲେ ବୁଧବାର ଦିନ ତାର ଅନ୍ତ ଘଟିଛି । ବୁଧବାର ଦିନ ଟିକେଟ ଘୋଷଣା ପରେ ସ୍ଥାନୀୟ ଇନ୍ଧିରାଛକରେ ବିଜେଡି କର୍ମୀଙ୍କ ଏକ ବିରାଟ ସମାବେଶ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ସମର୍ଥକ, ଶ୍ରୀମତୀ ନିରୁପମା ମାଝି ଓ ଗିରିରାଜ ସିଂ ମାଝିଙ୍କ ପୃଥକ ପୃଥକ ସମର୍ଥକ ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳିଥିଲା । ଏପରିକି ପାଟଣାଗଡ ବିଧାୟକ ସରୋଜ ମେହେର ମଧ୍ୟ କଣ୍ଟାବାଞ୍ଜିରେ ପହଂଚିଥିଲେ ଏବଂ ଇନ୍ଦିରାଛକ ନିକଟରେ ବିଜେଡି କର୍ମୀ ସହିତ ସାମିଲ ହୋଇ ପରେ ସ୍ଥାନୀୟ ଡାକ୍ତରଖାନାସ୍ଥିତ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଚାଲିଥିବା ରକ୍ତଦାନ ଶିବିରରେ ଯୋଗଦାନ କରିଥିଲେ । ହେଲେ ବିଜେଡିର ଗତ ୨୦୧୯ ନିର୍ବାଚନୀର ବିଧାୟକ ପ୍ରାର୍ଥି ତଥା ବିଜେଡି ଅଶାୟୀ ପ୍ରାର୍ଥି ଅଜୟ ଦାଶଙ୍କ ସମର୍ଥକଙ୍କ ଦେଖା ନଥିଲା । ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ପ୍ରାୟ ୧୨ଟା ବେଳେ ଟିକଟ ଘୋଷଣା ହେଲା ପରେ ବିଜେଡି କର୍ମିଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ସହରରେ ବାଣ ଫଟକା ଫଟାଇ ବିଜେଡି କର୍ମୀମାନେ ନାରାବାଜି କରିଥିଲେ । ସେହିପରି ଟିଟିଲାଗଡ ସହରରେ ମଧ୍ୟ ବିଜେଡି କର୍ମୀମାନେ ବାଣ ଫୁଟାଇ ମୂଖ୍ୟମନ୍ତ୍ରୀଙ୍କ କଣ୍ଟାବାଞ୍ଜିର ପ୍ରାର୍ଥିତ୍ୱକୁ ସ୍ୱାଗତ କରି ମିଷ୍ଠାନ୍ନ ବଣ୍ଟନ କରିଥିବା ଜଣାପଡିଛି । ଟିଟିଲାଗଡରେ ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରମା କାନ୍ତି ପୁଟେଲ, ଉମାଦେବି ଅଗ୍ରୱାଲ, ପୁଶୁ ଜୈନ, ଦିଲ୍ଲୀପ ବାଗ, ରାଜେଶ ପ୍ରଧାନ, ରାକେଶ ପ୍ରଧାନ, ଜଗଦୀଶ ମହାଲିଙ୍ଗ, ଅରୁଣ ବାଗ, ରୁଟୁ ବାଗ ପ୍ରମୁଖ ସାମିଲ ଥିଲେ । ସେହିପରି କଣ୍ଟାବାଞ୍ଜିରେ ଦେବାର ବାରିକ, ଶ୍ରୀଧର ମାଝି, ଗିରିରାଜ ମାଝି, ଅଜିତ ଯୋଷୀ, ଯୁଧିଷ୍ଠିର ପୁଟେଲ, ରାଧେଶ୍ୟାମ କେତକି, ଅମ୍‌ଜଦ୍‌ ଖାନ ସହ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ । କଣ୍ଟାବାଞ୍ଜିରେ ବିଜେଡିର ପୂର୍ବତନ ବିଧାୟକ ଆୟୁବ ଖାନ ଗତ ନିର୍ବାଚନୀର ବିଧାୟକ ପ୍ରାର୍ଥି ଅଜୟ ଦାଶ ଏବଂ ଶ୍ରୀମତୀ ନିରୁପମା ମାଝିଙ୍କ ୩ଟି ଗୋଷ୍ଠୀ ମଧ୍ୟରେ ଥିବା ଗୋଷ୍ଠୀ କନ୍ଧଳ ବିଜେଡି ସୁପ୍ରିମୋଙ୍କ ପ୍ରାର୍ଥିତ୍ୱ ପରେ ଦଳ ମଜବୁତ୍‌ ହେବା ସହ ଅଂଚଳର ବିକାଶ ହେବ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି । ନବୀନ ପଟ୍ଟନାୟକଙ୍କ କଣ୍ଟାବାଞ୍ଜିରେ ବିଧାୟକ ପ୍ରାର୍ଥି ହେବା ନେଇ ଏମାନେ ଯାହା କହନ୍ତି –
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଭାଗ୍ୟ ବଦଳିବ । ଅଂଚଳର ବିକାଶ ହେବ । ଅନେକ ନୂତନ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ । କଣ୍ଟାବାଞ୍ଜିର ବିକାଶ ପାଇଁ ନବୀନ ପଟ୍ଟନାୟକ ପ୍ରାର୍ଥି ହୋଇଥିବାରୁ ଆମ୍ଭେ ତାଙ୍କୁ ସ୍ୱାଗତ କରୁଛୁ ।
• ଆୟୁବ ଖାନ, ପୂର୍ବତନ ବିଧାୟକ
ଆମ୍ଭେ ବିଜେଡି ଦଳ ପାଇଁ କାମ କରୁଥିଲୁ, ଆଗକୁ ମଧ୍ୟ କରିବୁ । ଦଳ ସୁପ୍ରିମୋଙ୍କ ନିର୍ଣ୍ଣୟକୁ ସମ୍ମାନ ଜଣାଇ ଆମ୍ଭେ ତାଙ୍କ ସହ ଅଛୁ ଏବଂ ଅଧିକରୁ ଅଧିକ ବହୁମତରେ ବିଜୟ କରାଇବୁ । ତାଙ୍କ ବିଜୟରେ ହିଁ କଣ୍ଟାବାଞ୍ଜିର ବିକାଶ ସମ୍ଭବ ।
• ଶ୍ରୀମତୀ ନିରୁପମା ମାଝି, ଜିଲ୍ଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ତଥା ଦଳ ସଂଗଠକ

jay balangir
Leave A Reply

Your email address will not be published.

12 − six =

error: Content is protected !!