ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସାନନୋଳିଆ ନୂଆଁ ଗାଁର ବାସିନ୍ଦା ସିକିଟି ରାମାୟା (୫୩) ନିଜ ଗାଁର ପୋଖରୀକୁ ମଙ୍ଗଳବାର ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସି ପାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ରାମାୟା ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗାଁରେ ଶବ ଭାସୁଥିବା ଦେଖି ଲୋକେ ସ୍ଥାନୀୟ ଦମକଳବାହିନୀକୁ ଡାକି ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍କୁ ଆଣିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ପରେ ପ୍ରଶାସନ ତରଫରୁ ତାଙ୍କ ପରିବାର ବର୍ଗଙ୍କୁ ରାମେୟାଙ୍କ ଶବ ହସ୍ତାନ୍ତର କରିଥିବା ଜଣାଯାଇଛି ।
Prev Post
Next Post