ବିଶ୍ୱ ଜଳଜ ପ୍ରାଣୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୩ ଏପ୍ରିଲରେ ବିଶ୍ୱ ଜଳଜ ପ୍ରାଣୀ ଦିବସ ପାଳନ କରାଯାଏ । ଏହି ଦିନ ଜଳରେ ବାସ କରୁଥିବା ପ୍ରାଣୀମାନଙ୍କର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କର ପରିସଂସ୍ଥାକୁ ସୁରକ୍ଷା ଦେବା ପାଇଁ ଉତ୍ସର୍ଗୀକୃତ ଅଟେ । ପ୍ରଥମ ବିଶ୍ୱ ଜଳଜ ପ୍ରାଣୀ ଦିବସରେ ‘ମାଛ’ ଉପରେ ଧ୍ୟାନ ଦିଆଯାଇଥିଲା, କିନ୍ତୁ ଏଥିରେ ମଲୁସ୍କ, କ୍ରୋଟାସିଆନ୍, ଜଳଜାତୀୟ ପକ୍ଷୀ, ଷ୍ଟାରଫିସ୍ ପ୍ରବାହ ଏବଂ ଅନ୍ୟାନ୍ୟ ଜୀବ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ । ବିଶ୍ୱ ଜଳଜ ପ୍ରାଣୀ ଦିବସ ପାଳନ ପାଇଁ ଧାରଣା ଆମେରିକାର ଓରେଗନ୍, ପୋର୍ଟଲ୍ୟାଣ୍ଡର ଲୁଇସ୍ ଆଣ୍ଡ କ୍ଲାର୍କଲ ସ୍କୁଲରେ ଥିବା ପଶୁ ଆଇନ କ୍ଲିନିକରୁ ଆସିଥିଲା । ପଶୁ ଏବଂ ସେମାନଙ୍କର ମାଲିକମାନଙ୍କୁ ଆଇନଗତ ସହାୟତା ଯୋଗାଇବା ପାଇଁ ଏହି କ୍ଲିନିକ୍ ୨୦୦୭ରେ ପ୍ରତିଷ୍ଠିତ ହୋଇଥିଲା । ପଶୁମାନଙ୍କୁ ମାନବିକତା ସହ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଆଇନଗତ ଅଧିକାର ରକ୍ଷା କରିବା ହେଉଛି ଏହି କ୍ଲିନିକର ଲକ୍ଷ୍ୟ । ମାନବୀୟ କାର୍ଯ୍ୟକଳାପ ଦ୍ଵାରା ଜଳଜୀବ ପରିସଂସ୍ଥା ଉପରେ ହେଉଥିବା ଭୟଙ୍କର ପ୍ରଭାବ ଦେଖିବା ପରେ ବିଶ୍ୱ ଜଳଜ ପ୍ରାଣୀ ଦିବସ ପାଳନ ପାଇଁ ଏକ ଦିବସ ସୃଷ୍ଟି କରିବାକୁ ପ୍ରେରଣା ମିଳିଥିଲା । ୨୦୨୦ ମସିହାରେ ପ୍ରଥମ ବିଶ୍ୱ ଜଳଜ ପ୍ରାଣୀ ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ ହେଲା ପଞ୍ଚମ ବର୍ଷ । ଜଳଜ ପ୍ରାଣୀମାନଙ୍କ ପ୍ରତି ଦେଖାଦେଇଥିବା ବିପଦ ଗୁଡିକ ହେଉଛି ପ୍ରାକୃତିକ ବାସସ୍ଥାନ ନଷ୍ଟ, ଅତ୍ୟଧିକ ମାଛ ଧରିବା ଏବଂ ପ୍ରଦୂଷଣ । ସହର, ଖଣି ଖାଦାନ, ଶିଳ୍ପ ଇତ୍ୟାଦି ଉତ୍ସରୁ ଜାତ ଆବର୍ଜନା, କୀଟ ନାଶକ ଔଷଧ, ରାସାୟନିକ ଔଷଧ, ପ୍ଳାଷ୍ଟିକ ପଲିଥିନ, ସାମୁଦ୍ରିକ ଜାହାଜ, ମାଛଧରା ଜାହାଜ ଭଳି ଅନେକ କାରଣରୁ ଜଳ ପ୍ରଦୂଷିତ ହୋଇଥାଏ ଯାହା ଜଳଜ ପ୍ରାଣୀ ତଥା ଉଦ୍ଭିଦ ପାଇଁ ବିପଦ ସୃଷ୍ଟି କରିଥାଏ । ଅସଂଖ୍ୟ ଜଳଜ ଜୀବ ଏଥିରେ ମୃତ୍ୟୁ ବରଣ କରନ୍ତି । ଏହି ବିପଦଗୁଡିକର ମୁକାବିଲା କରିବା ଏବଂ ଆମର ମହାସାଗର ପରିସଂସ୍ଥା ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି । ଜଣେ ଜଳଜ ପ୍ରାଣୀମାନଙ୍କ ବିଷୟରେ ଅଧିକ ଜାଣିବା, ସେମାନଙ୍କ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଏବଂ ସାମୁଦ୍ରିକ ପରିସଂସ୍ଥାର ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ସମର୍ଥନ କରି ବିଶ୍ୱ ଜଳଜ ପଶୁ ଦିବସ ପାଳନ କରିପାରନ୍ତି । ଛୋଟ ପଦକ୍ଷେପ ଗ୍ରହଣ କରି, ଆମେ ଜଳଜ ପ୍ରାଣୀମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବା । ୨୦୨୪ ପାଇଁ ଥିମ୍ ହେଉଛି “ମାନବ ସମାଜ ଏବଂ ଗ୍ରହକୁ ସଂଯୋଗ କରିବା ବନ୍ୟଜନ୍ତୁ ସଂରକ୍ଷଣରେ ଡିଜିଟାଲ୍ ଇନୋଭେସନ୍ ଅନ୍ୱେଷଣ” । ଏହିଥିମ୍ ଲକ୍ଷ୍ୟ ରଖିଛି କୌଣସି ପାର୍କର ଆବଦ୍ଧ କୋଠରୀରେ ପ୍ରାଣୀମାନଙ୍କୁ ସିମୀତ ନରଖି ସେମାନଙ୍କୁ ମୁକ୍ତ ଭାବରେ ବିଚରଣ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଉ ।

Leave A Reply

Your email address will not be published.