csstore

ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡ଼ା କ୍ଲଷ୍ଟର କନ୍ଦାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପୂର୍ବତନ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ସମ୍ପାଦକ, ଶିକ୍ଷାବିତ ତଥା କଳାକାର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ବୁଧବାର ରାୟପୁରର ଏକ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମରଶରୀର ଅଇଁଲାଭଟା ଗ୍ରାମସ୍ଥିତ ବାସଭବନକୁ ଅଣାଯାଇ ଦାହ ସଂସ୍କାର କରାଯାଇଥିଲା । ସେ ଦୀର୍ଘ ଦିନରୁ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ନିଜ ଧର୍ମପତ୍ନୀ, ଜଣେ ପୁଅ, ଜଣେ ଝିଅଙ୍କ ସହ ସମସ୍ତ ପରିବାର ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଶ୍ରୀ ଭୋଇଙ୍କ ଅକାଳ ବିୟୋଗରେ ମୁରିବାହାଲ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗରେ ଉତ୍କଳ କନ୍ଧ ସମାଜ ଯୁବ ସଂଗଠନ ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ସହ ସମସ୍ତ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.