csstore

ବିକଶିତ ଭାରତ ରଥ ଉଦ୍‌ଘାଟନ କଲେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ବଲାଙ୍ଗିର ସାଂସଦ ତଥା ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂହଦେଓ ୨ଟି ବିକଶିତ ଭାରତ ରଥକୁ ଫ୍ଲାଗ୍‌ ଅଫ୍‌ କରି ଉଦ୍‌ଘାଟନ କରିଛନ୍ତି । ପ୍ରଥମ କରି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସିଥିବା ଯୋଗୁଁ ଶ୍ରୀମତୀ ସିଂହଦେଓ ଶ୍ରୀଫଳ ଭାଂଗି କାର୍ଯ୍ୟାଳୟକୁ ପ୍ରବେଶ କରିଥିବା ବେଳେ ଆଜି କେତେଜଣ ଯୁବକ ବିଜେପିରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି । ଆଜି ଉଦ୍‌ଘାଟିତ ହୋଇଥିବା ୨ଟି ରଥ । ଆଗାମୀ ଦିନରେ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଆଗାମୀ ଦିନରେ ବିକଶିତ ଭାରତର ପ୍ରଚାର କରିବ ବୋଲି କୁହାଯାଇଛି । ଏହି ଅବସରରେ ତାଙ୍କୁ ବଲାଙ୍ଗିର ସାଂସଦ ପ୍ରାର୍ଥିନୀ ଭାବେ ବିଜେପି ପକ୍ଷରୁ ଯୋଗ୍ୟତମ ଭାବି ଟିକେଟ୍‌ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ତଥା ଅନ୍ୟ ସମସ୍ତ ରାଷ୍ଟ୍ରୀୟ ତଥା ରାଜ୍ୟସ୍ତରୀୟ ବିଜେପି ନେତୃତ୍ୱବର୍ଗଙ୍କୁ ଶ୍ରୀମତୀ ସିଂହଦେଓ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିକଶିତ ଭାରତ ଗଠନରେ ବିଜେପିର ନିଷ୍ଠାପର ଯୋଗଦାନ ସଂପର୍କରେ ଆଲୋଚନା କରିଛନ୍ତି ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ।

jayashree
Leave A Reply

Your email address will not be published.