ୱାଇଏମ୍‌ସିଏ ଆନୁକୁଲ୍ୟରେ ଇଷ୍ଟର କାଣ୍ଟାଟା-୨୦୨୪ ପ୍ରଦର୍ଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଇଷ୍ଟର କାଣ୍ଟାଟା ଗତ ତା ୨୨.୦୩.୨୦୨୪ରେ ମିଶନ ଖେଳ ପଡ଼ିଆରେ ୟଙ୍ଗ୍‌ମେନ୍ ଖ୍ରୀଷ୍ଟିଆନ ଆସୋସିଏସନ୍‌ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି ଇଷ୍ଟର କାଣ୍ଟାଟାରେ ଗୁଡ୍‌ ନିଉଜ୍ ଚର୍ଚ୍ଚର ପ୍ରାୟ ୧୧୦ ଜଣ ଯୁବକ, ଯୁବତୀ ନାଟକ ମାଧ୍ୟମରେ ପ୍ରଭୁ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଘଟଣାକୁ ଜୀବନ୍ତ ଅଭିନୟ ପ୍ରଦର୍ଶନ କରିଥିଲେ । ଏହି ଦୃଶ୍ୟକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ ଓ ଭାବବିହ୍ୱଳ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ୱାଇଏମ୍‌ସିଏର ଉପ ସଭାପତି ଆ. ଡ଼. ସୁଶାନ୍ତ କୁମାର ଓ ଗୁଡ୍‌ ନିଉଜ୍ ପାଳକ ବିଶ୍ୱନାଥ ପ୍ରଧାନ ପରିଚାଳିତ କରିଥିଲେ । ପୂର୍ବତନ ଡେପୁଟି କଲେକ୍ଟର, ପୂର୍ବତନ ୱାଇଏମ୍‌ସିଏ ସଭାପତି ଓ ବର୍ତ୍ତମାନର ବଲାଙ୍ଗିର ଲୋକପାଳ ସଚିଦାନନ୍ଦ ହନୁମାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର ଯୀଶୁଙ୍କ ପ୍ରେମ, କ୍ଷମା ଓ ଜୀବନର ସମ୍ବାଦ ବୋଲି ମତବ୍ୟକ୍ତ କରିଥିଲେ । ଭୀମ ଭୋଇ ମେଡିକାଲ କଲେଜର ପ୍ରଫେସର ଡ଼. ସୁପ୍ରିୟା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବକ, ଯୁବତୀମାନଙ୍କ ଭବିଷ୍ୟତ ଯେପରି ଉଜ୍ୱଳ ହେବ ସେଥିପାଇଁ ସେମାନଙ୍କ ସଂପୂର୍ଣ୍ଣ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଆ. ରଜତ ନାୟକ ଯୀଶୁଖ୍ରୀଷ୍ଟ ‘ଜୀବନର ଅଧିକାରୀ’ ପ୍ରସଙ୍ଗରେ ବାକ୍ୟ ପରିବେଷଣ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ଫୋରମ୍‌ର ସଭାପତି ଜ୍ୟୋତିରାଜ ନାଗ, ୱାଇଏମ୍‌ସିଏ ସଭାପତି ଏଲୀୟ କୁମାର, ୱାଇଏମ୍‌ସିଏ ସଂପାଦକ ସଞ୍ଜୟ ନନ୍ଦ, କୋଷାଧ୍ୟକ୍ଷ ପ୍ରବୀଣ ରାଜ ନାଗ, ମନୋରଞ୍ଜନ ଦୀପ, କେନ୍ଦ୍ର ମଣ୍ଡଳୀ (ସି.ଏନ୍.ଆଇ) କୋଷାଧ୍ୟକ୍ଷ ଉପେନ୍ଦ୍ର ସାହୁ, କାଣ୍ଟାଟା ଡାଇରେକ୍ଟର ଆ. ଶ୍ୱେତେଲାଲ ସିକ୍କା, ଆ. ବିଜୟ ପଣ୍ଡା, ମନୋଜ ଲାକ୍ରା, ଶ୍ରୀମତୀ ଶୈଳବାସିନି ସାଗର, ଆ. ସମୀର ସିଂ, ଆ. ନରେଶ ମାଥିଉସ, ରାଜ କିଶୋର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.