oom

ବାବେଜୁରୀରେ କଂଗ୍ରେସ ପକ୍ଷରୁ ବିରାଟ କର୍ମୀ ସମ୍ବିଳନୀ : ୫୫୦ ଜଣରୁ ଅଧିକ ନୂତନ କର୍ମୀ ଦଳରେ ସାମିଲ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତସ୍ତରୀୟ ଏକ ବିରାଟ କର୍ମୀ ସମ୍ମିଳନୀ ବାବେଜୁରୀ ଗ୍ରାମ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ମେମ୍ବର ତଥା ଏନ୍‌ଏସ୍‌ୟୁଆଇ ଓଡିଶା ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ଅମିତ ସିଂ ସାଲୁଜା (ସେଜି ସିଂ), ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ ବଘାର, କଂଗ୍ରେସ ଉପସଭାପତି ବିଭୀଷଣ ମହାନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବେଳାରସେନ ବେହେରା, ବରିଷ୍ଠ ଆଇନଜୀବୀ କାହ୍ନୁଚରଣ ବହିଦାର ଏବଂ ଗିରିଧାରୀ ସାହୁ, ବୁଲୁ ବିଶିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୫୦ ଜଣରୁ ଅଧିକ ଅନ୍ୟ ଦଳର କର୍ମୀ କଂଗ୍ରେସରେ ଯୋଗଦାନ କରିଥିଲେ । ଏଥିରେ ବ୍ଲକର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ କେମିତି ପୁଣି ଥରେ କଣ୍ଟାବାଞ୍ଜି ଆସନରେ ବିଜୟ ଲାଭ କରିବ ଓ ଲୋକଙ୍କ ସେବା ପାଇଁ ଆଉ ଥରେ ସୁଯୋଗ ପାଇବ ଏହା ଉପରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗୁରୁତ୍ୱାରୋପ କରିଥିଲେ ।

jittmm
Leave A Reply

Your email address will not be published.