ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଆଜି ସଂଧ୍ୟାରେ ତରଭା ଥାନା ଅନ୍ତର୍ଗତ ବୁଦେଲବାହାଲି ଗାଁର ଦିଲୀପ ଝାଙ୍କର(୩୫) କୌଣସି କାମରେ ବାଇକ୍‌ ଯୋଗେ ପୁଇଁତଲା ଥାନା ସାତମାଇଲ୍‌କୁ ଆସୁଥିବା ବେଳେ ତାଙ୍କୁ ଏକ ଅଜଣା ଚାରି ଚକିଆ ଗାଡ଼ି ଧକ୍କା ଦେଇଥିଲା । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

four + seventeen =