pr

ପରମ୍ପରା କଳା ବିକାଶ କେନ୍ଦ୍ର ସେମେଲା ଗାଁଠାରେ ପାଲା ପରିବେଷଣ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାରମ୍ପାରିକ କଳା ବିକାଶ କେନ୍ଦ୍ର ସେମଲା ଗାଁଠାରେ ପାଲା ପରିବେଷଣ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତିଙ୍କ ସଭାପତିତ୍ୱରେ ଜୀବନ୍ୟାସ ସମ୍ପାଦକ ମୀନକେତନ ପଧାନ ସଭାପରି ଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କାର୍ତ୍ତିକେୟ ସାହୁ ଯୋଗ ଦେଇଥିଲେ । ଗାୟକ କଳ୍ପବଟ ଦେବରାଜ ପଣ୍ଡା ମୁଖ୍ୟ ବକ୍ତା, ସଭାନେତ୍ରୀ କବିତା ମେହେର, ସମ୍ପାଦକ ଭକ୍ତବନ୍ଧୁ ମେହେର ଏବଂ ଅତିଥି ଭାବେ ଛେଳିଆମାଲ ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ କପୁର୍ଚନ ପୂଜାରୀ, ଶତାବ୍ଦୀ ସମ୍ପାଦକ ଗୋବର୍ଦ୍ଧନ ମେହେର, ବୈଦିକ ସମ୍ପାଦକ ଥବିର ଚରଣ ସାହୁ, ଗାୟକ ମକରଧ୍ୱଜ ନିଆଲ, ଗାୟିକା ସରସ୍ୱତୀ ଖର୍ସେଲ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଉପସ୍ଥିତ କଳାକାର ବୃନ୍ଦଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.