oom

ଶିବପ୍ରସାଦ ପାଣ୍ଡିଆଙ୍କ ୯୮ତମ ଜନ୍ମବାର୍ଷିକୀ ସମାରୋହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ହାଇସ୍କୁଲ ସଭାମଞ୍ଚରେ ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୮ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିବପ୍ରସାଦ ପାଣ୍ଡିଆ ସ୍ମୃତି କମିଟି ଏବଂ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ଏହି ଜନ୍ମବାର୍ଷିକୀ ସମାରୋହରେ ଯୁବଶ୍ରେଣୀ ପାଇଁ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ମନୋଜ କୁମାର ନାଗ ଏବଂ ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଦେବଦତ୍ତ ପାଣିଗ୍ରାହୀ ଆଲୋଚକ ଭାବେ ଯୋଗଦାନ କରିଥିଲେ । ଆଲୋଚକ ନାଗ ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କ ଅର୍ଥନୈତିକ ଦୃଷ୍ଟିକୋଣ ଏବଂ ଯୁବ ଭାରତୀୟଙ୍କ ଆତ୍ମନିର୍ଭରଶୀଳତା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଗାନ୍ଧୀଜୀ ଯେଉଁ ଗ୍ରାମ କେନ୍ଦ୍ରିକ ଅର୍ଥନୀତିର କଥା କହି ଗ୍ରାମ ସ୍ୱରାଜ ଉପରେ ଗୁରୁତ୍ୱ ଦେଇଥିଲେ ତାର ବିଫଳତା କାରଣରୁ ଭାରତୀୟ ସମାଜରେ ବେକାରୀ ଓ ବେରୋଜଗାରୀ ବୃଦ୍ଧ ପାଉଛି ବୋଲି କହିଥିଲେ । ଅନ୍ୟତମ ଆଲୋଚକ ଅଧ୍ୟାପକ ପାଣିଗ୍ରାହୀ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଗାନ୍ଧିଜୀଙ୍କ ବିଚାର ଦର୍ଶନକୁ ନେଇ ଯେଉଁ ପାଠ୍ୟକ୍ରମ ରହିବା କଥା ତାହା ନଥିବାରୁ ଆମ ସମାଜ ଅଧିକ ଅବ୍ୟବସ୍ଥିତ ମନେ ହେଉଛି ବୋଲି କହିଥିଲେ । ଗାନ୍ଧିଜୀ ଯେଉଁ ଶୃଙ୍ଖଳା, ଆତ୍ମସଞ୍ଜମତା ଉପରେ ଗୁରୁତ୍ୱ ଦେଉଥିଲେ ତାର ଅଭାବରୁ ଆମ ଯୁବବର୍ଗ ଲକ୍ଷ୍ୟହୀନ ମନେ ହେଉଛନ୍ତି ବୋଲି କହିଥିଲେ । ସଭାପତୀୟ ଅଭିଭାଷଣରେ ପ୍ରଫେସର ପତି ଆଜିର ସାଂସ୍କୃତିକ ବିପର୍ଯ୍ୟୟ ସମୟରେ ଗାନ୍ଧିଜୀ ଅଧିକ ପ୍ରାସଙ୍ଗିକ ହୋଇପଡିଛନ୍ତି ବୋଲି କହିଥିଲେ । ଯୁବବର୍ଗଙ୍କ ସମ୍ମୁଖରେ ଆଦର୍ଶ ନେୃତତ୍ୱ ସୃଷ୍ଟି ପାଇଁ ଆଜିବି ଗାନ୍ଧିଜୀ ସବୁଠୁ ବଳିଷ୍ଠ ଉଦାହରଣ ବୋଲି କହିଥିଲେ । କବି ସ୍ୱର୍ଗତ ପାଣ୍ଡିଆ ବହୁମାତ୍ରାରେ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ଥିଲେ ଏବଂ ତାଙ୍କ ଜୀବନ ମଧ୍ୟ କିଭଳି ସଂଘର୍ଷମୟ ଏବଂ ମହିମାନ୍ୱିତ ଥିଲା କହିଥିଲେ । ଆଲୋଚନାଚକ୍ରକୁ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ବୀରେନ୍ଦ୍ର କୁମାର ଝାଙ୍କର ସ୍ୱର୍ଗତ ପାଣ୍ଡିଆଙ୍କ ଜୀବନ ଏବଂ ଉପଲବ୍ଧି ଉପରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଅବସରପ୍ରାପ୍ତ ସୈନିକ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ କାରଗିଲ ଯୁଦ୍ଧ ସମୟର ସମୟ କବିତା ପାଠ କରି ସ୍ୱର୍ଗତ ପାଣ୍ଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଆବାହକ ସୁଶୀଳ କୁମାର ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଆହ୍ଳାଦ ପୂଜାରୀ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ମନୋରଞ୍ଜନ ସାହୁ, ଆଡଭୋକେଟ ସନ୍ତୋଷ ପାଢ଼ୀ, ଭବାନୀ ଶଙ୍କର ଶତପଥି, ରତନ ମହାରଣା, ଜ୍ୟୋତିରଞ୍ଜନ ନାଗ, ରସରାଜ ଅଚ୍ୟୁତ ପୁରୋହିତ, ଚାଲିନା ମହାନ୍ତି, କୁନୁ ପଣ୍ଡା, ଉଦିତ ଚନ୍ଦ୍ର ପଣ୍ଡା, ପ୍ରେସ କ୍ଲବ୍ ସଭାପତି ଅରୁଣ ମିଶ୍ର, ରାଜେଶ ଝାଙ୍କର, ଯୁଜେଷ୍ଠି ମେହେର, ହୃଷିକେଶ ପୁରୋହିତ, ଗୋପଭୂଷଣ ନାଥ, ପ୍ରଭାକର ମିଶ୍ର, ଶଶୀଶେଖର ପଣ୍ଡା, ପ୍ରେମଚାନ୍ଦ ମହାନ୍ତି, ସୁବାସ ଠାକୁର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.