ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିରଠାରେ ଚକ୍ରପାଣି ରଣାଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଶ୍ଚିମ ଓଡିଶା ୧୨ ଗୋଟି ଜିଲ୍ଲାରୁ ସଭାପତି, ସଂପାଦକ ତଥା ପଦାଧିକାରୀ ଉପସ୍ଥିତ ହୋଇଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଅରୁଣ ରଣା, ସୁରେଶ ଚନ୍ଦ୍ର ରଣା, କମ୍ବୁପାଣି ରଣା ଉପସ୍ଥିତ ଥିଲେ । ଏହି ସଭାରେ ନୂତନ ଭାବରେ ପଶ୍ଚିମ ଓଡିଶାର କୁମ୍ଭାର ସମାଜର କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ସଭାପତି ଶୁଶିଲ କୁମାର ରଣା, ସାଧାରଣ ସଂପାଦକ ବିଶ୍ୱନାଥ ରଣା, ଉପ-ସଭାପତି ମଣ୍ଡଳି ଓମ୍‌ ପ୍ରକାଶ ରଣା, ଶିବ ପ୍ରସାଦ ରଣା, ବିନୋଦ କୁମାର ରଣା, କାହ୍ନୁ ଚରଣ ରଣା, ଶ୍ରୀକାନ୍ତ ରଣା, ସୁରେଶ ଚନ୍ଦ୍ର ରଣା, ଯୁଗ୍ମ ସଂପାଦକ ତିଲୋତ୍ତମା ରଣା, କଳ୍ପନା ରଣା, ବିଜୟଲକ୍ଷ୍ମୀ ରଣା, ମଦନା ରଣା, ଉପଦେଷ୍ଟା ମଣ୍ଡଳି ଅରୁଣ ରଣା, ଚକ୍ରପାଣି ରଣା, ରଘୁରାଜ ରଣା, ନିଳାକାର ରଣା, ଗଣେଶ୍ୱର ରଣା, ଭକ୍ତଚରଣ ରଣା, ଯୁଗଲ କିଶୋର ରଣା, କମ୍ବୁପାଣି ରଣା, ଅରୁଣ ରଣା ରହିଥିଲେ । ଏହି ସଭାକୁ ସହଯୋଗ କରିଥିଲେ ଶଶିଭୂଷଣ ରଣା, ଅନିଲ କୁମାର ରଣା, ପ୍ରମୋଦ ରଣା, ସୁବଲ ରଣା । ଶେଷରେ ସଭାପତି ସମସ୍ତ ଉପସ୍ଥିତ କୁମ୍ଭାର ସମାଜ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.