pr

ବନାଗ୍ନି ପ୍ରତିକାର ପରିଚାଳନା ଓ ପ୍ରଶିକ୍ଷଣ ଶିବିର

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନ୍ୟାଞ୍ଚଳ ଆନୁକୁଲ୍ୟରେ ଜାମସେଠ ସେକ୍ସନ୍‌ର ଭୂଇଁଖାର ଗ୍ରାମରେ ଏକ ଦିବସୀୟ ବନାଗ୍ନି ପ୍ରତିକାର ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବନ୍ୟାଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବନଖଣ୍ଡ ଏସିଏଫ୍‌ ରାଜେନ୍ଦ୍ର ଗୋଚ୍ଛାୟତ ଯୋଗଦେଇ ଜଙ୍ଗଲ ନିଆଁ ପ୍ରତିକାର ଓ ପରିଚାଳନା ନିମନ୍ତେ ବନ ବିଭାଗ, ବନ ସୁରକ୍ଷା ସମିତି ଓ ଅଞ୍ଚଳର ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ଜଙ୍ଗଲ ନିଆଁ ନିରାକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ସମ୍ପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦେଇ ଜଙ୍ଗଲ ନିଆଁ ଯୋଗୁଁ ବଢୁଥିବା ବିଶ୍ଵ ଉତ୍ତାପନ, ପରିବେଶ ଉପରେ ଏହାର କୁପ୍ରଭାବ, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ଝାରବନ୍ଧ ସରପଞ୍ଚ ଟେଭାବତୀ ଭୋଇ, ପ୍ରକୃତିବନ୍ଧୁ ନନ୍ଦଲାଲ ନାୟକ, ପ୍ରକୃତିବନ୍ଧୁ ଧୀରେନ ମହାନ୍ତି, ଭୂଇଁଖାର ବନ ସୁରକ୍ଷା ସମିତି ସଭାପତି ବିଜେ ଭୁଏ, ଗୌନ୍ତିଆ ରାଜାରାମ ଦାଉ ପ୍ରମୁଖ ଅଂଶଗ୍ରହଣ କରି ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସଚେତନ୍‌ ହେମାଁ ନାଟ୍ୟ ସଂସଦ ତରଫରୁ ନାଟ୍ୟକାର ରାଜକୁମାର ସାହୁ ନିର୍ଦ୍ଦେଶିତ ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ସଚେତନ ଧର୍ମୀ ନାଟକ “ମାଙ୍କଡ଼ ବିହା” ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବନ ସୁରକ୍ଷା ସମିତି ସଭ୍ୟ, ସଭ୍ୟା, ବନରକ୍ଷୀ, ଫାୟାର ସ୍କ୍ୱାର୍ଡ, ପାରା ସ୍କ୍ୱାର୍ଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜାମସେଠ ସେକ୍ସନ୍ ଫରେଷ୍ଟର ରମେଶ କୁମାର ପଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ନୃସିଂହନାଥ ବନ୍ୟାଞ୍ଚଳର ବୋଡାସମ୍ବର ଗ୍ରାମରେ ଜଙ୍ଗଲ ବିଭାଗ ଫରେଷ୍ଟର ଭାରତୀ ବିଶିଙ୍କ ନେତୃତ୍ୱରେ ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

nrusinghnath
Leave A Reply

Your email address will not be published.