ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଅଭାଷୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜମ ଜିଲ୍ଲା ସଦର ମହକୁମା ଛତ୍ରପୁର ଷ୍ଟାଡିୟମରେ ଅଭାଷୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ଇଣ୍ଟରନେଟ୍ ମାଧ୍ୟମରେ ସିଧା ପ୍ରସାରଣ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏହି ବିଶାଳ ସମାବେଶରେ ପ୍ରାୟତଃ ତିନିହଜାର ଲୋକଙ୍କ ସମାଗମ ହୋଇଥିଲା । ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରି କହିଥିଲେ ଯେ’ ଏହି ସିକିମ ରୟତ ସମସ୍ୟା ଗଞ୍ଜାମ ଜିଲ୍ଳାର ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷର ସମସ୍ୟା ଲାଗି ରହିଥିଲା । ଯାହାକି ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଦାୟିତ୍ଵରେ କାର୍ଯ୍ୟରତ ଥିବାବେଳେ ଲୋକଙ୍କ ସମସ୍ୟାକୁ ଉପଲବ୍ଧି କରି ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବା ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଯାହା ଆଜି ଏହି ସମସ୍ୟାର ସମାଧନର ସମ୍ଭବ ହୋଇପାରିଛି ବୋଲି ଭି. କେ. ପଣ୍ଡିୟାନ କହିଥିଲେ । ଏହି ବିଷମ ସମସ୍ୟାରୁ ମୁକ୍ତ ହୋଇ ଆଶୁ ସମାଧାନ ହୋଇ ସମସ୍ତେ ପଟ୍ଟା ପାଇଥିବାରୁ ଗଞ୍ଜାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ପରିଷଦ ଅଧ୍ୟକ୍ଷ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରଞ୍ଜନ କୁମାର ଦାସ, ଭା.ପ୍ର.ସେ. ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇ.ଏ.ଏସ୍. ରଞ୍ଜନ କୁମାର ଦାସ ଓ ପାଞ୍ଚଜଣ ଯୋଗ୍ୟ ହିତାଧିକାରୀ ମଞ୍ଚାସୀନ ଥିଲେ । ବରିଷ୍ଠ ପୋଲିସ ଅଧିକାରୀ, ଜିଲ୍ଲାର ବହୁ ପଦାଧିକାରୀ, କାର୍ଯ୍ୟରତ ଥିଲେ ଏବଂ ପୋଲିସ୍ ବାହିନୀ ମୁତୟନ ଥିଲେ ।

Leave A Reply

Your email address will not be published.