oom

ଘୁଷୁରାମୁଣ୍ଡା ଗ୍ରାମରେ ୨ୟ ବାର୍ଷିକ ଗୋପାଳ କାଣ୍ଡ ସ୍ମାରକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀରେ ଦେବଙ୍ଗ ଦଳ ବିଜୟୀ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଂଚାୟତର ଘୁଷୁରାମୁଣ୍ଡା ଗ୍ରାମର ଖେଳ ପଡିଆରେ ଶୁକ୍ରବାର ଦିନ ୨ୟ ବାର୍ଷିକ ଗୋପାଳ କାଣ୍ଡ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଦେବଙ୍ଗ ଦଳ ବିଜୟୀ ହୋଇଛି । ଉଦ୍‌ଘାଟନୀ ମ୍ୟାଚ୍‌ ଘୁଷୁରାମୁଣ୍ଡା ଓ଼ ଦେବଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବେକରେ ମାଧ୍ୟମରେ ଦେବଙ୍ଗ ଦଳ ୭/୬ ଗୋଲରେ ବିଜୟୀ ହୋଇଥିଲା । ଉଦ୍‌ଘାଟନୀ ଦିବସରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ମ୍ୟାଚ୍‌କୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ମୁରିବାହାଲ ଗ୍ରାମ ପଂଚାୟତର ୱାର୍ଡ ସଭ୍ୟ ଲକ୍ଷ୍ମୀକାନ୍ତ ଧରୁଆ, ସାମ୍ବାଦିକ କେଦାର ବଡ଼ଜେନା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମ୍ୟାଚ୍‌କୁ ଗଣେଶ ଭୋଇ, ଯୁବରାଜ ଭୋଇ, ସାନ ଭୋଇ ଓ ମକରଧ୍ୱଜ ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସଭାପତି ରୁକଧର କୁଅଁର, ସମ୍ପାଦକ ଗଣେଶ ଭୋଇ, କୋଷାଧ୍ୟକ୍ଷ ରୁମାନ ଭୋଇଙ୍କ ନେତୃତ୍ୱରେ ବାଳକୃଷ୍ଣ କାଣ୍ଡ, କାନ୍ତ କୁଅଁର, ବୈରାମ ଭୋଇ, ସଞ୍ଜୟ କାଣ୍ଡ, ଚଞ୍ଚଳ ବାଗ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି । ଶନିବାର ଦିନ ବଡ଼ଗମଡ଼ା ସହ ଖଲିଆଖମାର ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତରୁ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.