lika

ମୁରିବାହାଲ ଷ୍ଟେସନପଡ଼ାରୁ ଚୋରି ବାଇକ ଟିଟିଲାଗଡରୁ ଉଦ୍ଧାର, ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

gbag

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମା ଷ୍ଟେସନପଡ଼ାରୁ ଚୋରି ହୋଇଥିବା ଏକ ବାଇକକୁ ପୁଲିସ ଟିଟିଲାଗଡରୁ ଉଦ୍ଧାର କରିଥିବା ବେଳେ ଏହି ବାଇକ୍ ଚୋରିରେ ସଂପୃକ୍ତ ଟିଟିଲାଗଡ ସହର ଦେବନ୍ଧପଡ଼ାର ମନ ଆଡଯୁଆଡ(୩୭) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମୁରିବାହାଲ ଷ୍ଟେସନପଡ଼ାର ବ୍ୟବସାୟୀ ସୁରେଶ କୁମାର ଶର୍ମାଙ୍କ ଏକ ବାଇକ ନଂ (ଓଆର ୧୫ ଜେ ୩୪୧୨) ରାତିରେ ଘର ବାହାରେ ଥିବା ବେଳେ ଗତ ୩୧/୦୮/୨୦୨୩ ଦିନ ରାତିରେ ଚୋରି ହୋଇଯାଇଥିଲା । ବାଇକ ଚୋରି ସମ୍ପର୍କରେ ସୁରେଶ ମୁରିବାହାଲ ଥାନାରେ ୦୧/୦୯/୨୩ ଦିନ ଏକ ଲିଖିତ ଏତଲା ଦେଇଥିଲେ । ପୁଲିସ କେଶ ନଂ ୧୯୬/୨୩ରୁଜ୍ଜୁ କରି ତଦନ୍ତ କରୁଥିଲା । ସଂପୃକ୍ତ ଚୋରି ବାଇକ୍ ଟିଟିଲାଗଡରେ ଠାବ ହୋଇଥିବା ବେଳେ ଏହି ବାଇକ୍ ଚୋରିରେ ସଂପୃକ୍ତ ମନ ଆଡଯୁଆଡଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

babaa
Leave A Reply

Your email address will not be published.