କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଞ୍ଚାୟତ ପରିସରରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ସରପଞ୍ଚ ଉଛବ ପ୍ରଧାନଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ମୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ସମାଜସେବୀ ଗୋବିନ୍ଦ ପ୍ରସାଦ ଶତପଥୀ, ଶୁକଦେବ ସାହୁ, ସିଂହପୁର ଗ୍ରାମପଞ୍ଚାୟତର ପୂର୍ବତନ ତଥା ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ର, ସମିତି ସଭ୍ୟା ଆରତୀ ବିଶ୍ଵାଳ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ମହାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ସଚେତନ କରିଥିଲେ । ଏହି ଅବସରରେ ଆମ ପଞ୍ଚାୟତର ବିକାଶ ପୁସ୍ତିକା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏମ୍ବିକେ ରଞ୍ଜିତା ପ୍ରଧାନ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ, ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟଲ ଖୋଲାଯାଇଥିଲା । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରେ ସାମ୍ବାଦିକ ସୁବ୍ରତ ସାହୁଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।