oom

ଟିଟିଲାଗଡ଼ ନିକଟସ୍ଥ ଲୁଥୁରବନ୍ଧ ଗ୍ରାମରେ ବିଜେପି ପକ୍ଷରୁ ଗାଁ କୁ ଗାଁ ଚାଲ ଓ ବୁଥସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁଥୁରବନ୍ଧ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଲୁଥୁରବନ୍ଧ ଗୋଚର ପଡ଼ିଆଠାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ କର୍ମୀ ସମ୍ମିଳନୀ ସହିତ ଗାଁ ଚାଲ ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ରୂପେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ମହେନ୍ଦ୍ର ଠାକୁର, ଜିଲ୍ଲା ସମ୍ପାଦକ ଅଶୋକ ମିଶ୍ର, ବିଧାନସଭା ସଂଯୋଜକ ଆଶିଷ ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂହ, ଟିଟିଲାଗଡ଼ ନଗର ଏସ୍‌ଟି ମୋର୍ଚ୍ଚା ସଭାପତି ଅଶୋକ ଭୋଇ, ମଣ୍ଡଳ ସଭାପତି ଜୀବର୍ଦ୍ଧନ ଖରସେଲ, କୁରସୁଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ମଣ୍ଡଳ ପ୍ରଭାରୀ ବିପିନ ଠାକୁର, କୃଷକ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ରଞ୍ଜିତ ଆଡଜୁଆଡ, ବରିଷ୍ଠ ଯାଦବ ନେତା ଝସକେତନ ଛତର, ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସନ୍ତୋଷିନୀ ହେର୍ଣ୍ଣା, ଦୁର୍ଯ୍ୟୋଧନ ନାଗ, ବିସ୍ତାରକ ଚନ୍ଦ୍ରଭାନୁ ସାହୁ, ବରିଷ୍ଠ ବିଜେପି ନେତା ଚିନ୍ତାମଣି ସାହୁଙ୍କ ସମେତ ହଜାର ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିଜେଡ଼ି ଓ କଂଗ୍ରେସ ଦଳର ଅନେକ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହେଲେ । ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କିପରି ବିଜୟ ଲାଭ କରିବ ସେ ବିଷୟରେ ଜିଲ୍ଲା ସଭାପତି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଅନେକ ଜନକଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.