centurian jitm

ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନର ପ୍ରଥମ ଇ-ପତ୍ରିକା ‘ପଦ୍ମସ୍ଥିତା’ର ତୃତୀୟ ସଂସ୍କରଣର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ତାର ମାନସ କନ୍ୟା ପ୍ରଥମ ଇ-ପତ୍ରିକା ‘ପଦ୍ମସ୍ଥିତା’ର ତୃତୀୟ ସଂସ୍କରଣର ଶୁଭ ଉନ୍ମୋଚନ ଉତ୍ସବ ଭର୍‌ଚୁଆଲ୍‌ ମୋଡ଼୍‌ରେ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଇ-ପତ୍ରିକାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବିତା, ଗଳ୍ପ ଏବଂ ଚିତ୍ରକାରମାନଙ୍କ ଚିତ୍ରକଳାକୁ ସ୍ଥାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ପରିବାରର ପ୍ରିୟ ସଭାପତି ଜିତେନ୍ଦ୍ର ଗିରି ଏବଂ ସଂପାଦିକା ସୁଶ୍ରୀ ଋତମ୍ଭରା ପତି ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଆଦର୍ଶ ପ୍ଲସ୍‌ର ନିର୍ଦ୍ଦେଶକ ବିଜ୍ଞାନ ମହାନ୍ତି ଏବଂ ଗୋଳାବାରୁଦ କାରଖାନା ବିଦ୍ୟାଳୟର ଶିକ୍ଷକ ରାଜମଣି ସାହୁଙ୍କ ଉପସ୍ଥିତି ସଭାର ଶୋଭା ମଣ୍ଡନ କରିଥିଲା ଏବଂ ପରିବାରର ନବ ପ୍ରତିଭା ଲିପୁନ ଦାସ ଉନ୍ମୋଚନ ସଙ୍ଗୀତରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇ ଏହି ଶୀତୁଆ ସନ୍ଧ୍ୟାର ଆସରକୁ ଜଗନ୍ନାଥ ମୟ କରିଦେଇଥିଲେ । ବିଶେଷକରି ସମାଜରେ ସାହିତ୍ୟର ଭୂମିକା କଣ ରହିଛି ଏବଂ ତାହା କିପରି ଆମ ଜୀବନରେ ପ୍ରଭାବ ପକାଇ ପାରୁଛି ଏବଂ ସାହିତ୍ୟକୁ ବଜାୟ ରଖିବା ପାଇଁ ଆମର କର୍ତ୍ତବ୍ୟ କଣ ରହିବା ଦରକାର ତାହା ଅତିଥିମାନେ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲ । ପରିଶେଷରେ ସ୍ୱର୍ଗୀୟ ସୃଜନୀ ସାହିତ୍ୟ ପରିବାରର ଦୁଇ ମୁଖ୍ୟଉପଦେଷ୍ଟା ପ୍ରଦ୍ୟୁମ୍ନ କୁମାର ଚିହ୍ନରା ଏବଂ ପ୍ରତାପ କେଶରୀ ବେହେରାଙ୍କ ବକ୍ତବ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା ଏବଂ ସାହିତ୍ୟକୁ ସରସ ସୁନ୍ଦର କରି ଗଢ଼ି ତୋଳିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ଆମ ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ଗିରି ମହୋଦୟଙ୍କ ଅତିଥି ପରିଚୟ ପ୍ରଦାନ ଏବଂ ତାଙ୍କର ଅଭିଭାଷଣ ସମସ୍ତଙ୍କ ମନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ପରେ ସ୍ୱର୍ଗୀୟ ସୃଜନୀ ସାହିତ୍ୟ ଅନୁଷ୍ଠାନକୁ ସଦାସର୍ବଦା ଆଗକୁ ନେବାକୁ ସବୁବେଳେ ନିଜର ଚେଷ୍ଟା ଜାରିରଖିବା ପାଇଁ ଉପ ସଭାପତି ସୁଶ୍ରୀ ସ୍ନେହାଞ୍ଜଳି ସେଠୀ ସମସ୍ତଙ୍କ ନିକଟରେ ନିଜର ଅଭିଭାଷଣ ରଖିଥିଲେ । ପ୍ରତିଷ୍ଠାତା ସମ୍ପାଦିକା ସୁଶ୍ରୀ ଋତମ୍ଭରା ପତି ସ୍ୱର୍ଗୀୟ ସୃଜନୀର ଆଭିମୁଖ୍ୟ ଏବଂ ତାର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ସହ ସମ୍ପାଦକ ଶ୍ରୀପାଲ ପଣ୍ଡା ନିଜର ଅଭିଭାଷଣରେ ସ୍ୱର୍ଗୀୟ ସୃଜନୀ ସାହିତ୍ୟ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହିତ ମିଶି ଆଗକୁ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବାକୁ ନିଜର ଚେଷ୍ଟା ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଉତ୍କଳ କେଶରୀ ପାଣିଗ୍ରାହୀଙ୍କ ବକ୍ତବ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା । ଶେଷରେ କେନ୍ଦୁଝର ଜିଲ୍ଲା ସଂଯୋଜିକା ସୁଶ୍ରୀ କଳାବତୀ ଦେହୁରୀଙ୍କ ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ପରିଶେଷରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାହିତ୍ୟିକ ଯୋଡି ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଭୁବନେଶ୍ୱର ବିଶି ମହୋଦୟ, ସ୍ନେହାଶିଷ ତ୍ରିପାଠୀ, ସୁଶ୍ରୀ ରେବତୀ ବେହେରା, କୃଷ୍ଣେନ୍ଦୁ ହୋତା, ଜିତେନ୍ଦ୍ର କୁଅଁର, ହୃଦୟ ରଞ୍ଜନ ପରିଡ଼ା, ବିଶ୍ୱଜିତ ନାଥ, ସୁଶ୍ରୀ ଭବାନୀ ରାଜୁ, ସୁଶ୍ରୀ ସୁଭଦ୍ରା ପଟ୍ଟାୟତ, ସୁଶ୍ରୀ ଶୁଭସ୍ମିତା ଦାସଙ୍କ ଉପସ୍ଥିତି ଏହି ସଭାର ଶୋଭା ମଣ୍ଡନ କରିଥିଲା । ପରେ ଉପ-ସଭାପତିଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.