oom

ସଂପର୍କୀୟଙ୍କ ଆକ୍ରମଣରେ ଝିଅ ସହ ମା’ବାପା ଗୁରୁତର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସଂପର୍କୀୟଙ୍କ ଆକ୍ରମଣରେ ମା’ବାପା ସହ ଝିଅ ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି । ଏଭଳି ଏକ ଘଟଣା ଘଟିଛି ପୁଇଁତଲା ଥାନା ଅଧୀନସ୍ଥ ଖଇରବାଡ଼ି ଗ୍ରାମରେ । ଆକ୍ରମଣର ଶିକାର ହୋଇଥିବା ମୁକୁନ୍ଦ ଦାଶ(୬୫)ଙ୍କ କହିବା ଅନୁସାରେ ତାଙ୍କ ସଂପର୍କୀୟ ସୁରେଶ ଦାଶ ନିଶାସକ୍ତ ଅବସ୍ଥାରେ ତାଙ୍କ ଝିଅ ଗୀତାଂଜଳି ଦାଶ(୩୦)ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଟାଙ୍ଗିଆରେ ଆକ୍ରମଣ କରିବା ସହ ତାଙ୍କୁ ଏବଂ ତାଙ୍କ ପତ୍ନୀ ଯମୁନା ଦାଶ(୬୦)ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ହାତର ଆଙ୍ଗୁଠିରେ ଗଭୀର ଆଘାତ ହୋଇଥିବା ବେଳେ ତାଙ୍କ ପତ୍ନୀ ଯମୁନାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଝିଅ ଗୀତାଂଜଳିଙ୍କ ମୁଣ୍ଡରେ ଓ ହାତରେ ଗଭୀର ଆଘାତ ଲାଗିଥିବା ସେ କହିଛନ୍ତି । ଘଟଣା ସଂପର୍କରେ ମୁକୁନ୍ଦ ଦାଶ ପୁଇଁତଲା ଥାନାରେ ଅଭିଯୋଗ କରିଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଆସି ଚିକିତ୍ସିତ ହୋଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.