ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବ ପରିପ୍ରେକ୍ଷୀରେ ଚାଲିଥିବା ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ତଥା ଅଧ୍ୟାପକ ଭ୍ରୀଙ୍ଗରାଜ ରଣାଙ୍କ ସଭା ପରିଚାଳନାରେ ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ମୁଖ୍ୟ ଅତିଥି, ନୋଡାଲ ଅଧିକାରୀ ତଥା ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ଅଧ୍ୟାପକ ସୋମେଶ ଦତ୍ତ ହୋତା, ଅଧ୍ୟାପକ ଗୁଣସାଗର ମେହେର, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଅଧ୍ୟାପକ ଘନଶ୍ୟାମ ଖମାରୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଦିଗକୁ ନେଇ ମତବ୍ୟକ୍ତ କରିଥିଲେ । ଏହା ପରେ ଭାଷା ସାହିତ୍ୟ ପ୍ରତିଯୋଗିତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ପୁରସ୍କାର ରାଶି, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଫାଲଗୁନି ଦାସ, ଶରତ ପଧାନ, ଛନ୍ଦା ଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, କୈଳାସ ଚନ୍ଦ୍ର ଜାନୀ, ବାବୁଲା ନାୟକ, ବିଜୟ କଲତା, ଅଧ୍ୟାପିକା ମୀରାବାଇ ଗଡ଼ତ୍ୟା, ଯଶୋସ୍ମିତା ବେହେରା, ଶୈଳିକା ନାଏକ, ସରିତା ରଣାଙ୍କ ସହିତ ଅନିରୁଦ୍ଧ ପଧାନ, ଅଭୟାନନ୍ଦ ଦାସ, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, କାଳିଆ ପଧାନ, ଶଶୀ ପଶାୟତ, ଦିଲ୍ଲୀପ ଘିଭେଲା, ମାନିନୀ କମ୍ପ ଓ ପଙ୍କଜିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅଧ୍ୟାପକ ଭ୍ରୀଙ୍ଗରାଜ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଓଡ଼ିଆ ଅଧ୍ୟାପକ ତଥା ନୋଡାଲ ଅଧିକାରୀ ଦିଲ୍ଲୀପ କୁମାର ପଶାୟତ ଶେଷରେ ଧନ୍ୟବାଦ ଦେଇଥିଲେ ।